banner
Breaking

ରାଜ୍ୟରେ ଆଜି ୬,୭୩୬ ଆକ୍ରାନ୍ତ ଚିହ୍ନଟ ଓ ୩୪ ମୃତ।

0

ଭୁବନେଶ୍ୱର,୨୭।୫(ବ୍ୟୁରୋ): ବୁଧବାର ୧୧ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାତ୍ୟା ୟାସ୍‌ର ପ୍ରଭାବରୁ ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟାରେ ହ୍ରାସ ଘଟିଛି। କାରଣ ଗତକାଲି ସ୍ବାଭାବିକ ଭାବେ ରାଜ୍ୟରେ ଟେଷ୍ଟିଂ ହୋଇପାରି ନ ଥିବା ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗୁରୁବାର ରାଜ୍ୟରେ ୬,୭୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩,୭୭୪ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୨,୯୬୨ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଅନୁଗୋଳ ଜିଲାରୁ ୭୮୮, ସୁନ୍ଦରଗଡ଼ରୁ ୭୨୦, ଖୋର୍ଦ୍ଧାରୁ ୫୧୭ ଓ କଟକରୁୁ ୩୬୨ଜଣ ରହିଛନ୍ତି। ସେହିପରି ବାଲେଶ୍ୱରରୁ ୭୧, ବରଗଡ଼ ୪୦୫, ଭଦ୍ରକ ୨୦୬, ବଲାଙ୍ଗୀର ୧୪୪, ବୌଦ୍ଧ ୨୬୨, ଦେବଗଡ଼ ୬୪, ଢ଼େଙ୍କାନାଳ ୧୭୮, ଗଜପତି ୮୦, ଗଞ୍ଜାମ ୧୯୬, ଜଗତସିଂହପୁର ୧୦୬, ଯାଜପୁର ୩୭୪, ଝାରସୁଗୁଡ଼ା ୧୨୦, କଳାହାଣ୍ଡି ୨୪୧, କନ୍ଧମାଳ ୮୫, କେନ୍ଦ୍ରାପଡ଼ା ୨୪, କେନ୍ଦୁଝର ୨୪, କୋରାପୁଟ ୨୧୯, ମାଲକାନଗିରି ୯୮, ମୟୁରଭଞ୍ଜ ୩୪, ନବରଙ୍ଗପୁର ୨୮୨, ନୟାଗଡ଼ ୨୦୭, ନୂଆପଡ଼ା ୪୮, ପୁରୀ ୨୬୫, ରାୟଗଡ଼ା ୧୨୩, ସମ୍ବଲପୁର ୩୦୯, ସୋନପୁର ୮୨ ଓ ଷ୍ଟେଟ ପୁଲରୁ ୧୦୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୨,୭୩୯ରେ ପହଞ୍ଚିଛି। ସେଥିମଧ୍ୟରୁ ୬,୨୩,୬୨୮ଜଣ ସୁସ୍ଥ ହୋଇଥିବା ବେଳେ ୧,୦୬,୪୪୦ ସକ୍ରିୟ ମାମଲା ରହିଛି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି କରୋନାଜନିତ ୩୪ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨,୬୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଗୋଳ ଜିଲାରୁ ସର୍ବାଧିକ ୫ଜଣ ପ୍ରାଣ ହରାଇଥିବା ବେଳେ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲାରୁ ୪ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ବୌଦ୍ଧ, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିଭଳି ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ରାୟଗଡ଼ାରୁ ୨ଜଣ ଏବଂ ଢ଼େଙ୍କାନାଳ ଓ ପୁରୀ ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.