banner
Breaking

ଆସନ୍ତାକାଲି ଠାରୁ ଦ୍ବିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ। ଫେରିବେ ୧.୮୮ ଲକ୍ଷ ଭାରତୀୟ।

0

ନୂଆଦିଲ୍ଲୀ ୨୫/୫(ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍‍ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ୩୧ଟି ଦେଶରୁ ଭାରତୀୟମାନଙ୍କୁ ସ୍ୱଦେଶ ଅଣାଯିବ । ଏଥିପାଇଁ ୧୪୯ଟି ବିମାନକୁ ମୁତୟନ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନରେ ଆଉ ଅତିରିକ୍ତ ୧୮ଟି ଦେଶକୁ ସାମିଲ କରାଯାଇଛି । ସେଗୁଡ଼ିକ ମଧ୍ୟରେ ଇଣ୍ଡୋନେସିଆ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ଆୟାରଲାଣ୍ଡ, କାନାଡ଼ା, ଜାପାନ, ନାଇଜେରିଆ, କାଜଖସ୍ତାନ, ୟୁକ୍ରେନ୍‍, କିରଗିଜସ୍ତାନ, ବେଲାରୁଷ, ଜର୍ଜିଆ, କାଜିକିସ୍ତାନ ଓ ଆର୍ମେନିଆ ଆଦି ରହିଛି । ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୮୮ହଜାରରୁ ଅଧିକ ଭାରତୀୟ ପଞ୍ଜିକରଣ କରିଛନ୍ତି।ଭାରତ ମିଶନରେ ପ୍ରଥମ ପର୍ଯ୍ୟାୟରେ ମୋଟ୍‍ ୫୬ଟି ବିମାନରେ ୧୨ଟି ଦେଶରୁ ଭାରତୀୟମାନଙ୍କୁ ସ୍ୱଦେଶ ଅଣାଯାଇଛି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଏହା ବ୍ୟତୀତ ଆଇଏନ୍‍ଏସ୍‍ ଜଳାସ୍ୱ ଓ ଆଇଏନ୍‍ଏସ୍‍ ମଗରରେ ମାଳଦୀପରୁ ୯୦୪ ଜଣ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଇଛି । ଦେଶର ବହୁ ଲୋକ ବିମାନ ଯୋଗେ ବିଭିନ୍ନ ଦେଶରୁ ଆସି ପହଞ୍ଚୁଛନ୍ତି । ଗତ କିଛି ଦିନ ମଧ୍ୟରେ ୧୨ହଜାରରୁ ଅଧିକ ଭାରତୀୟ ନିରାପଦରେ ଆସି ଦେଶରେ ପହଞ୍ଚିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.