banner
Breaking

ରାଜରାସ୍ତାରେ କ°ଗ୍ରେସ କର୍ମୀ

0

ନୂଆଦିଲ୍ଲୀ,୫।୮: ସାରା ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ବିରୋଧରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। କଂଗ୍ରେସ ନେତାମାନେ ଦିଲ୍ଲୀ ସମେତ ସାରା ଦେଶରେ ବିରୋଧ କରୁଛନ୍ତି। ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖିରେ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଏସବୁ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଖବରଦାତା ସମ୍ମିଳନୀ କରି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ କହିଛନ୍ତି,ଆଜି ଦେଶରେ କୌଣସି ଗଣତନ୍ତ୍ର ନାହିଁ। ଏକଛତ୍ରବାଦୀ ଶାସନ ଚାଲିଛି। ଆମେ ମୁଦ୍ରାସ୍ଫୀତି, ବେକାରୀ ପ୍ରସଙ୍ଗ ଉଠାଇବାକୁ ଚାହୁଁଛୁ କିନ୍ତୁ ଏଥିପାଇଁ ଅନୁମତି ନାହିଁ। ସଂସଦରେ କୌଣସି ଆଲୋଚନା ହୋଇନାହିଁ। ଆମକୁ ପୋଲିସ ପକ୍ଷରୁ ଅଟକ ରଖାଯାଉଛି। ଗିରଫ କରାଯାଇଛି । ଆଜି ଏହା ହେଉଛି ଭାରତର ଅବସ୍ଥା। ୭୦ ବର୍ଷର ଗଣତନ୍ତ୍ର ୮ ବର୍ଷରେ ଶେଷ ହୋଇଛି। ଏହାର ପରିଣାମ ଭୋଗିବାକୁ ପଡିବ। ଭାରତବାସୀ ଚୁପ ରହିବେ ନାହିଁ। ବିଭିନ୍ନ ଅନୁଷ୍ଠାନ ନିଜ ନିୟନ୍ତ୍ରଣକୁ ନେଇ ହିଟଲର ମଧ୍ୟ ନିର୍ବାଚନ ଜିତିଛନ୍ତି।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି, ଦେଶରେ ଇଡି ଆତଙ୍କର ପରିବେଶ ରହିଛି। ଆଜି ଯଦି ଆମେ ଚୁପ ରହିବା, ଇତିହାସ ଆମକୁ କ୍ଷମା କରିବ ନାହିଁ।

Khansweb Solution Bhubaneswar

Leave A Reply

Your email address will not be published.