banner
Breaking

ରାଜ୍ୟପାଳଙ୍କୁ ଭେଟିଲେ ଯୁବ କ°ଗ୍ରେସ ଦଳ

0

ଭୁବନେଶ୍ୱର,୯।୧୧(ବ୍ୟୁରୋ): ମମିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଯୁବ କଂଗ୍ରେସ ରାଜଭବନ ସମ୍ମୁଖରେ ଚଳାଇଥିବା ୪୮ ଘଣ୍ଟିଆ ଅହୋରାତ୍ର ଧାରଣା ସୋମବାର ଶେଷ ହୋଇଛି। ଏଥିସହ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ, ରାଜ୍ୟ ଓବିସି ସେଲ ମୁଖ୍ୟ ଜ୍ଞାନରଞ୍ଜନ ବେଉରା, ରଶ୍ମିରେଖା ମହାପାତ୍ର, ଅଲେଖ ସାମଲ, ବିକ୍ରମ ପଣ୍ଡା, ରାଜ୍ୟ ଯୁବ କଂଗ୍ରେସ ଆଇନ ସେଲ ମୁଖ୍ୟ ଆଦିତ୍ୟ ପ୍ରସାଦ ପରିଡ଼ା, ମହମ୍ମଦ ଅଲିମ, ସତ୍ୟପ୍ରିୟ ସାମଲ, ବୀରେନ ଦଳେଇ, ଶ୍ରୀବତ୍ସ ରଥ, ଜ୍ଞାନରଞ୍ଜନ ରାଉତ, ଆର୍ଯ୍ୟବୀର ଲେଙ୍କା, ସର୍ବଜିତ ପଟ୍ଟନାୟକ, ବସନ୍ତ କୁମାର ପାଢ଼ୀ, ବିଜୟରାଜ ପାଣିଗ୍ରାହୀ, ଆଶୁତୋଷ ଲେଙ୍କା, ବିଶ୍ୱଜିତ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ।
ଏହି ଅବସରରେ ଲେଙ୍କା କହିଛନ୍ତି, ମମିତା ମେହେରଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିବ। ନବୀନ ସରକାର କିମ୍ବା ତାଙ୍କର କୌଣସି କ୍ଷମତାଧାରୀ ମନ୍ତ୍ରୀ ତଥା ନେତା ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇ ପାରିବେ ନାହିଁ। ଏହି ଘଟଣାର ଉପଯୁକ୍ତ ତଦନ୍ତ ଓ ଦୋଷୀଙ୍କୁ କଠୋର ଦଣ୍ଡ ପ୍ରଦାନ ପର୍ଯ୍ୟନ୍ତ ଯୁବ କଂଗ୍ରେସ ଆନ୍ଦୋଳନ ଜାରି ରଖିବ। ତେଣୁ ୯ ତାରିଖ ମଙ୍ଗଳବାର ଯୁବ କଂଗ୍ରେସ ପକ୍ଷରୁ ଦିଲ୍ଲୀ ଚଲୋ ଡାକରା ଦିଆଯାଇଛି। ଶତାଧିକ ଯୁବ କଂଗ୍ରେସ କର୍ମୀ ଦିଲ୍ଲୀ ଯାଇ ୧୦ ତାରିଖରେ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରିବେ। ୧୧ ତାରିଖରେ ଯନ୍ତରମନ୍ତରଠାରେ ଗଣଧାରଣା ଦିଆଯିବ। ରାଷ୍ଟ୍ରପତିଙ୍କୁ ଭେଟି ମାମଲାର ସମ୍ବେଦନଶୀଳତା ଓ ପୋଲିସ ପ୍ରଶାସନର ନିଷ୍କ୍ରିୟତା ସମ୍ପର୍କରେ ଅବଗତ କରାଯାଇ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଲେଙ୍କା ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.