banner
Breaking

କେହି ଦଳ ଛାଡିଲେ କ°ଗ୍ରେସକୁ କୌଣସି ଫରକ ପଡିବ ନାହିଁ।

0

ଭୁବନେଶ୍ୱର,୬।୧୧(ବ୍ୟୁରୋ): ନବରଙ୍ଗପୁରର ପୂର୍ବତନ କଂଗ୍ରେସ ଏମ୍‌ପି ପ୍ରଦୀପ ମାଝି ଆଜି ବିଜେଡିରେ ଯୋଗ ଦେବେ । ନବରଙ୍ଗପୁରରେ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପ ଓ ତାଙ୍କ ସହ ଅନେକ କର୍ମୀ ବିଜେଡିରେ ମିଶିବେ । କିଛି ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଏହି ଅବସରରେ ବିଜେଡିରେ ସାମିଲ ହେବା ଯୋଜନା ରହିଛି। ଏଥିପାଇଁ ନବରଙ୍ଗପୁର ସର୍କିଟ ହାଉସ ପଡ଼ିଆରେ ବ୍ୟାପକ ଆୟୋଜନ ହୋଇଛି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଭର୍ଚୁଆଲ ବୈଠକ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଉଥିବା ବେଳେ ବିଜେଡିର କିଛି ବରିଷ୍ଠ ନେତା ଓ ମନ୍ତ୍ରୀ ସଭାସ୍ଥଳରେ ଉପସ୍ଥିତ ରହିବେ ।
ଅନ୍ୟପଟେ ପ୍ରଦୀପ ବିଜେଡିରେ ଯୋଗ ଦେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୟପୁର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । କେହି ଦଳ ଛାଡ଼ିଲେ କଂଗ୍ରେସକୁ କୌଣସି ଫରକ ପଡ଼ିବନି । କେବଳ ନିର୍ବାଚନ ହାରୁଥିବା ଲୋକେ ଦଳ ଛାଡ଼ୁଥିବା ସେ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.