banner
Breaking

ହାତ ଟେକିଦେଲେ ସରକାର। ଏବେ କେବଳ ଜଗନ୍ନାଥ ଭରଷା-ନିରଞ୍ଜନ

0

ଭୁବନେଶ୍ୱର, ୨୭ା୫ (ବ୍ୟୁରୋ): ରାଜ୍ୟ ସ୍ଥିତିକୁ ଦେଖିଲେ ବର୍ତ୍ତମାନ ବହୁତ ବିଚଳିତ ଏବଂ ବ୍ୟସ୍ତ ଲାଗୁଛି। ସରକାର କିଭଳି କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, ତାହା କିଛି ବୁଝା ପଡୁନି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ନିରଞ୍ଜନ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, ଓଡ଼ିଶାକୁ ଏବେ ଜଗନ୍ନାଥ ହିଁ ଭରସା। କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକ ବର୍ତ୍ତମାନ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଯେଉଁମାନେ କ୍ୱାରାଣ୍ଟାଇନ୍‌ରୁ ବାହାରୁଛନ୍ତି, ସେମାନଙ୍କୁ ୨ହଜାର ଟଙ୍କା ଦିଆଯାଉନାହିଁ। ଯେଉଁ ପ୍ରବାସୀ ଫେରୁଛନ୍ତି, ସେମାନଙ୍କୁ ସରକାର ଚାଉଳ, ଡାଲି ଦେବେ ବୋଲି କହିଥିଲେ ହେଁ ତାକୁ ମଧ୍ୟ କଲେନାହିଁ। ବିମାନ ଏବଂ ଟ୍ରେନ୍‌ ଆସୁଥିଲେ ମଧ୍ୟ ସରକାର ଏନେଇ ଜାଣିପାରୁ ନ ଥିବାବେଳେ ଖବର ମଧ୍ୟ ଦିଆଯାଉନାହିଁ। ଏବେ କ୍ୱାରାଣ୍ଟାଇନ୍‌ରେ ରହିବା ଅବଧି ୨୧ଦିନ ପରିବର୍ତ୍ତେ ୭ ଦିନ କରାଗଲା। କରୋନା ମୁକାବିଲା ନେଇ ସରକାର ଏକ ପ୍ରକାର ହାତ ଟେକିଦେଲେଣି। ପ୍ରଶାସନ କ’ଣ କରିବାକୁ ଚାହୁଁଛି କିଛି ବୁଝାପଡୁନି। ଗୁଜରାଟକୁ ମଡର୍ନ ରାଜ୍ୟ କୁହାଯାଉଥିଲା, ହେଲେ ସେଠାକାର ପରିସ୍ଥିତି ସମାନ। ଆମ ପାଇଁ କେବଳ ଜଗନ୍ନାଥ ହିଁ ଭରସା ବୋଲି ନିରଞ୍ଜନ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.