banner
Breaking

ଦୁର୍ବ୍ୟବହାର ପ୍ରତିବାଦରେ ଇତିଶଙ୍କ ଧାରଣା।

0

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟ କଂଗ୍ରେସ ଭବନରେ ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟିକୁ ନେଇ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନ ଶୁକ୍ରବାର ଧାରଣାରେ ବସିଛନ୍ତି। ସାଧାରଣ ନିର୍ବାଚନ ପରବର୍ତ୍ତୀ ବୈଠକ ବସିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଦୁର୍ବ୍ୟବହାର ପ୍ରତିବାଦରେ ନିଜ ସମର୍ଥକଙ୍କ ସହ ଇତୀଶ ଧାରଣାରେ ବସିଥିବା ଜଣାପଡ଼ିଛି। କଂଗ୍ରେସ ଭବନ ମଧ୍ୟରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ରହିଥିବା ବେଳେ ବାହାରେ କର୍ମୀମାନେ ଜୋରଦାର ନାରାବାଜି କରୁଥିବା ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.