banner
Breaking

ବେଆଇନ କମ୍ପ୍ୟୁଟର ସ°ସ୍ଥା ଉପରେ ହେବ କାର୍ଯ୍ୟାନୁଷ୍ଠାନ।

0

ଭୁବନେଶ୍ୱର,୨୮।୫: ସାରା ରାଜ୍ୟରେ ଛତୁ ଫୁଟିଲା ପରି କମ୍ପ୍ୟୁଟର ପାଠ୍ୟକ୍ରମ ପ୍ରଦାନ କରୁଥିବା ସଂସ୍ଥା ଖୋଲିଛି। ଏହିସବୁ ସଂସ୍ଥା କେତେକ ଏନ୍‌ଜିଓ ଓ ଅଣ ଅନୁମୋଦିତ ଶିକ୍ଷାନୁଷ୍ଠାନ କେବଳ ସୋସାଇଟି ରେଜିଷ୍ଟ୍ରେଶନ ଆକ୍ଟ ୧୮୬୦ରେ ପଞ୍ଜୀକୃତ ହୋଇ ବେଆଇନ ଭାବେ କମ୍ପ୍ୟୁଟର ପାଠ୍ୟକ୍ରମ ଶିକ୍ଷା ପ୍ରଦାନ ସହ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରୁଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ବେଆଇନ କାର୍ଯ୍ୟକଳାପ ସରକାରଙ୍କ ନଜରକୁ ଆସିଛି। ଉକ୍ତ ସଂସ୍ଥାଗୁଡ଼ିକ ଏଆଇସିଟିଇ,ଏନ୍‌ସିଭିଟି କିମ୍ବା କୌଣସି ବିଶ୍ୱବିଦ୍ୟାଳୟଠାରୁ ଅନୁମୋଦନ ନ ଆଣି ବେଆଇନ ଭାବେ ପାଠ୍ୟକ୍ରମ ଅନୁସାରେ ସାର୍ଟିଫିକେଟ ପ୍ରଦାନ କରି ପିଲାଙ୍କୁ ଠକୁଥିବା ଘଟଣା ସରକାରଙ୍କ ଦୃଷ୍ଟିଗୋଚର ହୋଇଛି।
ଏଭଳି ଏକ ସଙ୍ଗିନ ଘଟଣା ଉପରେ ବିଭାଗ ନଜର ରଖିବା ସହ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାର କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସରକାର ବର୍ତ୍ତମାନ ସମୟରେ କମ୍ପ୍ୟୁଟର ଶିକ୍ଷା ଓ ବ୍ୟବହାରକୁ ବିଭିନ୍ନ କ୍ଷେତ୍ରରେ ବାଧ୍ୟତାମୂଳକ କରିଥିବାରୁ ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଓ ସାର୍ଟିଫିକେଟର ଆବଶ୍ୟକତା ସବୁ କ୍ଷେତ୍ରରେ ପଡୁଛି। ସେହିଭଳି ନିଯୁକ୍ତି କ୍ଷେତ୍ରରେ କମ୍ପ୍ୟୁଟର ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଥିବାରୁ ଏଭଳି ଘଟଣା ଓ ଜାଲ୍‌ ସାର୍ଟିଫିକେଟ ନଜରକୁ ଆସିଛି। ସରକାର ନିଯୁକ୍ତି ପାଇଁ ସ୍ବୀକୃତିପ୍ରାପ୍ତ ସଂସ୍ଥା ଓ ଶିକ୍ଷାନୁଷ୍ଠାନର ସାର୍ଟିଫିକେଟର ଆବଶ୍ୟକତା କରୁଛନ୍ତି।
ସେହିପରି ନିଯୁକ୍ତି ସମୟରେ କମ୍ପ୍ୟୁଟର ସାର୍ଟିଫିକେଟ ସରକାରୀ ପ୍ରଦତ୍ତ ସଂସ୍ଥାର ଗ୍ରହଣ ପାଇଁ ବିଭିନ୍ନ ସଂସ୍ଥା ଓ ବିଭାଗ ଏପରିକି ଜିଲାପାଳମାନଙ୍କୁ ମଧ୍ୟ ନିକଟରେ ସରକାରଙ୍କ ଚିଠି ନଂ. ୪୩୫- ଓଡ଼ିଶା ଗେଜେଟ ନମ୍ବର ୪୬୫ ଜରିଆରେ ଅବଗତ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ୧୦ ହଜାରରୁ ଊର୍ଦ୍ଧ୍ୱ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଚାଲୁଥିବା ବେଳେ ସେଥି ମଧ୍ୟରୁ ଅନେକ ସରକାରୀ ସ୍ବୀକୃତି ପାଇ ନ ଥିବା ସୂଚନା ମିଳିଛି। ଏ ନେଇ ରାଜସ୍ବ ପଷର୍ଦ ପକ୍ଷରୁ ସମସ୍ତ ଜିଲାର ଅତିରିକ୍ତ ଜିଲାପାଳ ତଥା ଅତିରିକ୍ତ ପଞ୍ଜୀକରଣ ଅଧିକାରୀମାନଙ୍କୁ ୧୯୭୯ ଚିଠି ଜରିଆରେ ଅବଗତ କରାଯାଇଛି। ବେଆଇନ ତାଲିମ କେନ୍ଦ୍ର ଓ ଅଣ ସ୍ବୀକୃତିପ୍ରାପ୍ତ ସଂସ୍ଥାଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛାତ୍ରୀଛାତ୍ରଙ୍କୁ ଠକାମିରୁ ସୁରକ୍ଷିତ ରଖିବା ପାଇଁ ଚିଠିରେ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.