banner
Breaking

୧୧ରୁ ଖୋଲିବ କଲେଜ।

0

ଭୁବନେଶ୍ୱର,୩।୧(ବ୍ୟୁରୋ) : ଚଳିତମାସ ୧୧ ତାରିଖରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୧୧ରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଲୟ ଖୋଲିବା ସହ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ମାର୍ଚ୍ଚ ୩୧ ମଧ୍ୟରେ ପରୀକ୍ଷା ହେବ ଏବଂ ଏପ୍ରିଲ ୩୦ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ଶେଷ ସେମିଷ୍ଟାର କ୍ଲାସ ଏପ୍ରିଲ ୨ରୁ ଆରମ୍ଭ ହୋଇ ଜୁନ୍‌ ୧୫ ପର୍ଯ୍ୟନ୍ତ ଚାଲିବ। ଶେଷ ସେମିଷ୍ଟାର ପାଇଁ ପରୀକ୍ଷା ୧୬ ଜୁନ୍‌ରୁ ଆରମ୍ଭ ହୋଇ ୩୦ରେ ସରିବ । ପରୀକ୍ଷା ଫଳାଫଳ ଜୁଲାଇ ୧୫ ଭିତରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.