banner
Breaking

ଖୁଚୁରା ପଇସା ନନେଲେ ୭ ବର୍ଷ ଜେଲ।

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଖୁଚୁରା ପାଇଁ ଦୋକାନୀଙ୍କ ସହିତ ଗ୍ରାହକ ମାନଙ୍କର ଯୁକ୍ତିତର୍କ ହେଉଥିଲା । ଅଧିକାଂଶ ଦୋକାନୀ ଖୁଚୁରା ନେଉନଥିବା ଅଭିଯୋଗ ଆସିବା ପରେ ରିଜର୍ଭ ବ୍ୟାଙ୍କ ଘଟଣାକୁ ଗମ୍ଭିରତାର ନେଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ବଜାରରେ ପ୍ରଚଳିତ ଥିବା ସବୁ ପ୍ରକାର ଖୁଚୁରା ମୁଦ୍ରା ପୂର୍ବପରି ଚାଲୁ ରହିବ। ବିଭିନ୍ନ ଆକୃତିର ୫୦ପଇସା, ଏକ ଟଙ୍କା, ଦୁଇ ଟଙ୍କା, ପାଞ୍ଚ ଟଙ୍କା ଓ ଦଶ ଟଙ୍କିଆ ମୁଦ୍ରାର ପ୍ରଚଳନ ବନ୍ଦ ହୋଇଥିବା ଖବରରେ କୌଣସି ସତ୍ୟତା ନାହିଁ। ତେଣୁ ଲୋକମାନେ ପୂର୍ବପରି ମୁଦ୍ରାର ବ୍ୟବହାର କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କିଛି ଅଂଚଳରେ ଖୁଚୁରା ଟଙ୍କା ନେବା ପାଇଁ ଦୋକାନୀ, ବ୍ୟବସାୟୀ ଓ ସାଧାରଣ ଲୋକ ଅମଙ୍ଗ ହେଉଥିବା ନଜରକୁ ଆସିବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ବ୍ୟାଙ୍କକୁ ମୁଦ୍ରା ଜମା କରିବାକୁ ଆସୁଥିବା ଗ୍ରାହକମାନଙ୍କୁ ନ ଫେରାଇବା ପାଇଁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ଦୋକାନୀ, ବ୍ୟବସାୟୀ ଖୁଚୁରା ନେବାକୁ ଅମଙ୍ଗ ହୁଅନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ଉଲ୍ଳେଖଥାଉକି, ଗତ କିଛିଦିନ ହେଲା ଭୁବନେଶ୍ୱର ସମେତ କେନ୍ଦ୍ରାପଡ଼ା, କଟକ, ପୁରୀ, ଯାଜପୁର, ଜଗତସିଂପୁର ଆଦି ଅଂଚଳରେ ଦୋକାନୀମାନେ ଖୁଚୁରା ନେବାକୁ ଅମଙ୍ଗ ହେଉଛନ୍ତି । ବିଶେଷ କରି ୫୦ ପଇସାକୁ ସମ୍ପୂର୍ଣ୍ଣ ବ୍ୟାନ କରୁଥିବା ବେଳେ ଛୋଟ ଏକ ଟଙ୍କିଆ କଏନ ନେଉନାହାନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସେମାନେ ହଇରାଣ ହରକତ ହେଉଛନ୍ତ । ଏନେଇ ଲୋକେ ବାରମ୍ବାର ଅଭିଯୋଗ କରୁଛନ୍ତି । ହେଲେ ଦୋକାନୀମାନେ ରିଜର୍ଭ ବ୍ୟାଙ୍କ କଥାକୁ ଭୂକ୍ଷେପ କରି ଖୁଚୁରା ଗ୍ରହଣ କରୁନାହାନ୍ତି । ତେବେ ଖୋଦ ଭୁବନେଶ୍ୱରରେ ଖୁଚୁରା କାରବାରକୁ ଅଧିକାଂଶ ଦୋକାନୀ ବନ୍ଦ କରୁଥିବା ନଜରକୁ ଆସିବା ପରେ ରିଜର୍ଭ ବ୍ୟାଙ୍କ ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତି ନେଇଛି । ଯଦି କେହି ଖୁଚୁରା ନେବାକୁ ଅମଙ୍ଗ ହୁଏ, ତେବେ ଉକ୍ତ ବ୍ୟବସାୟୀ ବିରୋଧରେ ଥାନାରେ ଏତଲା ଦେବାକୁ କୁହାଯାଇଛି । ଏହି ମାମଲାରେ ସଂପୃକ୍ତ ବ୍ୟବସାୟୀଙ୍କୁ ୭ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ଜଣାପଡିଛି ।

Khansweb Solution Bhubaneswar

Leave A Reply

Your email address will not be published.