banner
Breaking

ମେସିନରୁ ବାହାରିବ କଏନ

0

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ମୋବାଇଲ୍‌ ଫୋନ୍‌ ଜରିଆରେ କଏନ ବାହାର କରିହେବ। ଆର୍‌ବିଆଇ ଏଥିପାଇଁ ସାରା ଦେଶରେ କଏନ୍‌ ଭେଣ୍ଡିଂ ମେଶିନ ସ୍ଥାପନ କରିବାକୁ ଯାଉଛି। କ୍ୟୁଆର୍‌ କୋଡ୍‌ ଦ୍ୱାରା ଏହାକୁ ସ୍କାନ କରାଯାଇପାରିବ। ପରେ ମେଶିନରୁ ମୁଦ୍ରା ବାହାର କରିହେବ। ତେବେ ଆର୍‌ବିଆଇ ଆଗାମୀ ଦିନରେ ୧୨ ସହରରେ ଏହି ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ କରିବା ନେଇ ବୁଧବାର ଆର୍‌ବିଆଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି।

ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ୧୨ ସହରରେ କଏନ୍‌ ଭେଣ୍ଡିଂ ମେଶିନ ବ୍ୟବହାର କରାଯିବ। ଏହା ଅଧୀନରେ କ୍ୟୁଆର୍‌ କୋଡ ମାଧ୍ୟମରେ ୟୁପିଆଇ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟରୁ ପେମେଣ୍ଟ କରାଯାଇପାରିବ। ଏହି ମେଶିନରେ କଏନ୍‌ ବାହାର କରିବା ଲାଗି ବ୍ୟାଙ୍କ ନୋଟ୍‌ ଆବଶ୍ୟକ ହେବ ନାହିଁ। କେବଳ କ୍ୟୁଆର୍‌ କୋଡରୁ ମୁଦ୍ରା ବାହାର କରିହେବ। ତେବେ ପାଇଲଟ ପ୍ରୋଜେକ୍ଟ ଅଧୀନରେ ମିଳିବା ଅଭିଜ୍ଞତା ପରେ ଏହାକୁ ବ୍ୟାଙ୍କଗୁଡ଼ିକ ପାଇଁ ସାରା ଦେଶରେ ବ୍ୟବହାର କରିବା ଲାଗି ବିସ୍ତୃତ ଗାଇଡଲାଇନ୍‌ ଜାରି କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.