banner
Breaking

ବିଜେଡି ସଭାପତି ନିର୍ବାଚିତ ହେବାପରେ କଣ କହିଲେ ନବୀନ ପଟ୍ଟନାୟକ ଜାଣନ୍ତୁ।

0

ଭୁବନେଶ୍ବର ୨୬।୨(ଓଡ଼ିଆ ନ୍ୟୁଜ) : ଓଡିଶା ରାଜନୀତିର ଅଦ୍ବିତୀୟ ବାଦସାହା, ଶାଡ଼େ ଚାରିକୋଟି ଓଡିଆଙ୍କ ମନର ମଣିଷ ତଥା ବିଜେଡି ସୁପ୍ରିମୋ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଗାତର ଅଷ୍ଟମଥର ଲାଗି ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ବୁଧବାର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଡକାଯାଇଥିବା ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନ ନିଦ୍ବନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ରାଜ୍ୟ ପରିଷଦ ବୈଠକରେ ସୂଚନା ଦେଇଛନ୍ତି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ନବୀନ ପଟ୍ଟନାୟକ ଏକ ମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ପାର୍ଥୀପତ୍ର ଦାଖଲ କରିଥିଲେ। ଅଷ୍ଟମ ଥର ପାଇଁ ସଭାପତି ଦ୍ୱାୟିତ୍ୱ ସମ୍ଭାଳିବାକୁ ଯାଉଥିବା ନବୀନ ଏନେଇ ସାଢେ ୪ କୋଟି ଓଡିଆବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ବିଜେଡି ଜିତିବା ବା ହାରିବା ପାଇଁ ନିର୍ବାଚନ ଲଢେ ନାହିଁ । ଲୋକଙ୍କ ସ୍ନେହ ପାଇବା ପାଇଁ ବିଜେଡି ନିର୍ବାଚନ ଲଢେ । ଲୋକଙ୍କ ସେବା କରିବା ପାଇଁ ବିଜେଡି ନିର୍ବାଚନ ଲଢିଥାଏ ।’

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ରେ ଜନ୍ମ ନେଲା ବିଜୁ ଜନତା ଦଳ । ପ୍ରତିଷ୍ଠାତା ସଭାପତି ଭାବେ ନବୀନ ଧରିଲେ ନବଗଠିତ ବିଜେଡିର ମଙ୍ଗ । ସେଇ ଦିନଠୁ ନବୀନ କେବେ ପଛକୁ ଚାହିଁନାହାନ୍ତି । ସଫଳତାର ପାହାଚ ପରେ ପାହାଚ ଚଢ଼ି ଚାଲିଛନ୍ତି ।

୨୦୦୦ ମସିହାରେ ବିଜେପି ସହ ମିଶି ଓଡ଼ିଶାରେ ସରକାର ଗଠନ କଲା ବିଜେଡି । ସେବେଠୁ ଏଯାଏଁ ନବୀନ ଲଗାତାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେଲେଣି । ୨୦୦୦ ମସିହାରୁ ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଥିବା ନବୀନ ଯୁଗ ସେମିତି ଚାଲିଛି । ୨୦୦୯ରେ ବିଜେପି ସହ ମେଣ୍ଟ ଭାଙ୍ଗି ନବୀନ ନିଜ ଦମ୍‌ ଦେଖାଇଥିଲେ । ଏକାକି ଲଢ଼ି ବଡ଼ ସଫଳତା ସହ ପୁଣି ସରକାର ଗଠନ କଲେ । କେବେ ବି ବିଫଳତା ଦେଖିନଥିବା ନବୀନଙ୍କୁ ମାନସିକ ସ୍ତରରେ ଧକ୍କା ଦେଇଥିଲା ୨୦୧୨ ମେ’ ୨୯ ମିଡ୍‌ ନାଇଟ୍‌ ଅପରେସନ୍‌ । ତେବେ ନବୀନଙ୍କ ଲୋକପ୍ରିୟତା, ଦକ୍ଷ ରାଜନୈତିକ ଗୋଟି ଚାଳନା ଆଗରେ ଏସବୁ କିଛି କାମ କଲାନି । ପ୍ୟାରୀମୋହନ ମହାପାତ୍ରଙ୍କ ଭଳି ଚତୁର ରାଜନେତା ମଧ୍ୟ ନବୀନଙ୍କ ପାଇଁ ସାମାନ୍ୟ ଚାଲେଞ୍ଜ ଆଣିପାରିଲେ ନାହିଁ । ଓଲଟି ନବୀନଙ୍କ ଗୋଟି ଚାଳନାରେ ପ୍ରଭାବଶୂନ୍ୟ ହୋଇଗଲେ ପ୍ୟାରୀ । ୨୦୧୪ ଓ ୨୦୧୯ରେ ମୋଦି ଲହରୀ ସାରା ଦେଶରେ ଖେଳିଲା, ହେଲେ ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତାକୁ ପ୍ରଭାବିତ କରିପାରିଲା ନାହିଁ । ଭାରତୀୟ ରାଜନୀତିରେ ନବୀନ ହିଁ ଏକମାତ୍ର ମୁଖ୍ୟମନ୍ତ୍ରୀ, ଯିଏ କେବଳ ସଫଳତା ଦେଖିଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜନୀତିରେ ନବୀନ କେବଳ ସଫଳତା ଆଉ ସଫଳତା ପାଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.