banner
Breaking

ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିବାଦନ ଗ୍ରହଣ ଓ ଓଡ଼ିଶା ବାସୀଙ୍କୁ ସମ୍ବୋଧନ

0

ଭୁବନେଶ୍ୱର : ଆଜି ସମଗ୍ର ଦେଶ ୭୭ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛି। ସ୍ବାଧୀନତା ଦିବସ ଅବସରରେ ରାଜ୍ୟରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ରାଜଧାନୀର ୟୁନିଟ-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଉଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଥମେ ସ୍ବାଧୀନତା ସଂଗ୍ରାମୀ ଏବଂ ଶହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ସ୍ବାଧୀନତା ସଂଗ୍ରାମ ବିଶ୍ୱରେ ନୂଆ ଯୁଗ ଆରମ୍ଭ ସୃଷ୍ଟି କରିଥିଲା। ଏ ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣା ଆଣିଦେଇଥିଲା। ଆଜି ଭାରତ ବିଶ୍ୱରେ ନିଜକୁ ପ୍ରମୁଖ ଶକ୍ତି ଭାବେ ପ୍ରତିଷ୍ଠିତ କରିପାରିଛି। ବିଭିନ୍ନ କ୍ଷେତ୍ରରେ ଭାରତର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଭାରତ ଚନ୍ଦ୍ରୟାନ-୩ ମହାକାଶ ବିଜ୍ଞାନ କ୍ଷେତ୍ରରେ ଗୌରବ ବଢାଇଛି। ଓଡ଼ିଶାର ବିକାଶରେ ସମସ୍ତେ ନିଜକୁ ସାମିଲ କରିଛନ୍ତି। ରାଜ୍ୟ ଅର୍ଥନୀତିରେ ସମୃଦ୍ଧଶାଳୀ ହୋଇଛି। ଲକ୍ଷ ଲକ୍ଷ କୋଟି ଟଙ୍କା ପୁଞ୍ଜି ଓଡ଼ିଶାକୁ ଆସୁଛି। ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ଆରମ୍ଭ ହୋଇଛି। ବିଏସ୍‌କଓ୍ବୋଇ ସେବା କ୍ଷେତ୍ରରେ ବଡ଼ ସହାୟକ ହୋଇଛି। ଗରିବ, ଚାଷୀ, ମହିଳା ଏବଂ ଜନଜାତିଙ୍କୁ ନେଇ ଆମେ ଆଗକୁ ବଢୁଛୁ। ଏସ୍‌ଏଚ୍‌ଜି ମହିଳା ଏବଂ ଚାଷୀଙ୍କ ପାଇଁ ସରକାର ସର୍ବଦା ସଂକଳ୍ପବଦ୍ଧ।
ରାଜ୍ୟସ୍ତରୀୟ ପରେଡରେ ଏସ୍‌ଏସ୍‌ବି, ଓଏସ୍‌ଏପି, ଓଡ୍ରାଫ, ରାଜ୍ୟ ପୋଲିସ ବ୍ୟାଣ୍ଡ ସହିତ ଛତିଶଗ ପୋଲିସର ଏକ ଟିମ ସାମିଲ ହୋଇଛନ୍ତି । ପରେଡର ନେତୃତ୍ୱ ନେଇଛନ୍ତି ଆଇପିଏସ ଅଙ୍କିତ ବର୍ମା । ସ୍ବାଧୀନତା ଦିବସକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ମୋଟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦୦ ଜଣ ଅଫିସର ମୁତୟନ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.