banner
Breaking

୭ ଦିନ ରିଲିଫ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

0

ଭୁବନେଶ୍ୱର,୨୬।୫: ବାତ୍ୟା ‘ୟାସ’ପ୍ରଭାବରେ ଜଳଘେରରେ ଥିବା ୧୨୮ଟି ଗ୍ରାମର ସମସ୍ତ ପରିବାରକୁ ୭ ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇ ଦିଆଯିବ। ବୁଧବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନାଙ୍କ ସହ ବାତ୍ୟା ପରବର୍ତ୍ତୀ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।
ବାତ୍ୟା ‘ୟାସ’ର ପ୍ରାଥମିକ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୨୪ଘଣ୍ଟା ମଧ୍ୟରେ ସମସ୍ତ ମୁଖ୍ୟ ରାସ୍ତାରେ ଯୋଗାଯୋଗ ସ୍ବାଭାବିକ କରାଯିବ। ବିଦ୍ୟୁତ୍‌ ଯୋଗାଣ କାର୍ଯ୍ୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ଠିକ୍‌ ହେବ। ଏହା ସହିତ ସମୁଦ୍ର ପାଣି ମାଡି ଆସିଥିବା ଭଦ୍ରକ ଜିଲାର ୪୪ଟି ଗ୍ରାମ ଓ ବାଲେଶ୍ୱର ଜିଲାରେ ୮୪ଟି ଗ୍ରାମ ଜଳବନ୍ଦୀ ହୋଇ ରହିଛି। ଏହି ସବୁ ଗ୍ରାମର ସମସ୍ତ ପରିବାରକୁ ୭ ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ପାଇଁ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.