banner
Breaking

ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ । ତଥାପି ଆମକୁ ସତର୍କ ରହିବାକୁ ପଡିବ:ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୨୪।୫(ବ୍ୟୁରୋ): ବାତ୍ୟା ୟାସ୍‌ ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମ୍ବୋଧନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ପଡ଼ିବ। ଗତ ବର୍ଷ ଆମେ କୋଭିଡ୍‌ ସହ ଅମ୍ଫନ ବାତ୍ୟାକୁ ସାମ୍ନା କରିଥିଲେ। ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସାବଧାନ ହେବାକୁ ପଡ଼ିବ। ସାମାନ୍ୟ ଅବହେଳା ଆମ ପାଇଁ ବିପଦ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ବାତ୍ୟା ଓ କୋଭିଡ୍‌ର ମୁକାବିଲା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆପଣମାନଙ୍କ ସହଯୋଗ ଆମ ପ୍ରସ୍ତୁତିକୁ ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.