ଆସନ୍ତା ୧୭ରେ ବସିବ ସର୍ବଦଳୀୟ ବୈଠକ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଉପରେ ରହୁଥିବା ବେଳେ ମୃତ୍ୟୁସଂଖ୍ୟା ଦିନକୁ ୨୦ ଉପରେ ରହୁଛି। ଏପରି ସ୍ଥିତିରେ କିପରି କରୋନା ମୁକାବିଲା କରାଯିବ ସେନେଇ ଆସନ୍ତା ୧୭ରେ ସର୍ବଦଳୀୟ ବୈଠକ ବସିବ।

ଏହି ବୈଠକ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିବ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଧାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସାମିଲ ହେବେ। ରାଜ୍ୟରେ ବର୍ତ୍ତମାନର କରୋନା ସ୍ଥିତି କିପରି ରହିଛି, ତାହାର ମୁକାବିଲା କିପରି କରାଯିବ ଏବଂ ଏହାକୁ କିପରି ନିୟନ୍ତ୍ରଣକୁ ଅଣାଯିବ ସେ ସମ୍ପର୍କରେ ସମୀକ୍ଷା ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।