banner
Breaking

ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଯୁବପିଢ଼ି-ମୁଖ୍ୟମନ୍ତ୍ରୀ।

0

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରିରେ ‘ଗାନ୍ଧୀ ଶାନ୍ତି କେନ୍ଦ୍ର’ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖଣ୍ଡଗିରି ଓ ଉଦୟଗୀରି ପାହାଡର ମଧ୍ୟଭାଗରେ ୫ ଏକର ପରିବ୍ୟାପ୍ତ ଅଞ୍ଚଳରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ସଂଗ୍ରହାଳୟକୁ ନିର୍ମାଣ କରାଯାଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତ୍ରୀ ଅବସରରେ ଏହି ସଂଗ୍ରହାଳୟକୁ ନିର୍ମାଣ କରାଯାଇଛି ବୋଲି ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ କୁହାଯାଇଛି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବା ସହିତ ଏହାକୁ ବୁଲି ଦେଖିଥିଲେ। ଏହି ସଂଗ୍ରହାଳୟରେ ଲୋକମାନେ ଗାନ୍ଧୀଙ୍କ ନୀତି, ଆଦର୍ଶ ବିଷୟରେ ଅବଗତ କରିବା ସହ ଯୁବପିଢିଙ୍କ ଅହିଂସା ନୀତି ଆଡକୁ ଅଗ୍ରସର କରାଇବାରେ ସାହାର୍ୟ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏଠାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ କିଛି ସମୟ କାଟିବା ସହିତ ଫଟୋ ମଧ୍ୟ ଉଠାଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.