banner
Breaking

ଦୁଇମାସ ମାଗଣାରେ ମିଳିବ ଚାଉଳ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୩୦/୪(ବ୍ୟୁରୋ): ରାଜ୍ୟରେ ବେକାବୁ କରୋନା ସ୍ଥିତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ସାରା ରାଜ୍ୟରେ ଲାଗୁ କରିଛନ୍ତି କଟକଣା। ଉଭୟ ଜୀବନ ଜିବୀକାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ବଡ଼ ପଦକ୍ଷେପ। ରାଜ୍ୟରେ କୋଭିଡର ଦ୍ବିତୀୟ ଲହର ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମେ’ ମାସରୁ ଅତିରିକ୍ତ ପାଞ୍ଚ କେଜି ଚାଉଳ ମାଗଣାରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଯାହାଫଳରେ ମେ’ ଓ ଜୁନ ଦୁଇ ମାସ ପାଇଁ ହିତାଧିକାରୀ ମାନେ ମାଗଣାରେ ଅତିରିକ୍ତ ପାଞ୍ଚ କେଜି ଲେଖାଏଁ ଚାଉଳ ପାଇବେ। ଏହାଦ୍ବାରା ୧୨ ଲଷ ହିତାଧିକାରୀ ଉପକାର ପାଇବେ ଏବଂ ରାଜ୍ୟ ସରକାର ଏ ବାବଦ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ।

Khansweb Solution Bhubaneswar

Leave A Reply

Your email address will not be published.