banner
Breaking

କେନ୍ଦ୍ରକୁ ନବୀନଙ୍କ ଚିଠି।

0

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଖୋଲା ବଜାରରେ କରୋନା ଟିକା ମିଳୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋଲା ବଜାରରେ ଟିକା ମିଳିଲେ ସାଧାରଣ ବର୍ଗର ଲୋକେ ଏହାକୁ କିଣିବା ପାଇଁ ସମର୍ଥ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଚିଠିରେ ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି, ଦେଶର ଯେଉଁ ପ୍ରମୁଖ ସହରରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଠାରେ ଟିକାକରଣକୁ ଅଗ୍ରାଧିକାର ଦିଆଯିବା ଉଚିତ୍‌। ଭାରତରେ ଟିକା ଉତ୍ପାଦନ ପାଇଁ ଭିତ୍ତିଭୂମି ରହିଛି। ତେଣୁ ଟିକା ପ୍ରସ୍ତୁତ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକାଠି ହେବା ଆବଶ୍ୟକ।

Khansweb Solution Bhubaneswar

Leave A Reply

Your email address will not be published.