banner
Breaking

ମାସ୍କ ପିନ୍ଧିବାକୁ ପୁଣି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ।

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମାସ୍କ ହିଁ ଆମକୁ କୋଭିଡ୍‌-୧୯ଠୁ ସୁରକ୍ଷିତ କରିବ। ‘ନିଜର ତଥା ନିଜ ପ୍ରିୟଜନଙ୍କ ସୁରକ୍ଷା ପାଇଁ ଏଥିରେ ହେଳା କରନ୍ତୁ ନାହିଁ । କୋଭିଡ୍‌ ନିୟମ ମାନିବା ସହ ନିୟମିତ ମାସ୍କ ପିନ୍ଧି କରୋନାକୁ ଘରେ ପଶିବାକୁ ଦିଅନ୍ତୁ ନାହିଁ’ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ରାଜ୍ୟରେ କୋଭିଡ୍‌-୧୯ର ଦ୍ୱିତୀୟ ଲହରିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂତନ ମାର୍ଗଦର୍ଶିକା ଏବଂ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଏହି ମର୍ମରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାର ଏକ ନକଲ ସଂଲଗ୍ନ କରାଗଲା।

କୋଭିଡ୍‌-୧୯ର ଚିକିତ୍ସା ଓ ପ୍ରତିରୋଧ ପାଇଁ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀର ମହଜୁଦ ଓ କଳାବଜାରକୁ ରୋକିବା ନିମନ୍ତେ ରାଜ୍ୟ ସରକାର ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। ଜିଲାସ୍ତରୀୟ କର୍ତ୍ତୃପକ୍ଷ ବିଭିନ୍ନ ଆବଶ୍ୟକୀୟ ମେଡିକାଲ ସାମଗ୍ରୀର ଉପଲବ୍ଧି ନେଇ ତଦାରଖ କରିବା ସହିତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ସ୍ୱରାଷ୍ଟ୍ର ବିଭାଗ ତରଫରୁ ଉପରୋକ୍ତ ମର୍ମରେ ବିଜ୍ଞପ୍ତି ଜାରି କରାଯାଇଛି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଚଳିତ ସପ୍ତାହରେ ଦୈନିକ ୩୦୦ରୁ ଊର୍ଦ୍ଧ୍ୱ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେଉଥିବା ପରିପ୍ରେକ୍ଷୀରେ ପରୀକ୍ଷଣ, ନିରୀକ୍ଷଣ ଏବଂ ପୃଥକବାସ ତ୍ୱରାନ୍ୱିତ କରିବା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମକୁ ନିର୍ଦେଶ ଦେଇଛନ୍ତି। ନିଃଶୁଳ୍କ ନଂ-୧୯୨୯ରେ କୋଭିଡ୍‌ ପରୀକ୍ଷଣ ସୂଚନା ସଂଗ୍ରହ କରିବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.