banner
Breaking

କଟକ ମୃତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କଡା କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ ୧୦ ଲକ୍ଷ ପ୍ରଦାନ।

0

ଭୁବନେଶ୍ୱର,୧୬/୪(ବ୍ୟୁରୋ): ଗତକାଲି କଟକ ସହରରେ ସ୍ବରେଜ୍ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍ ବେଗ ପ୍ରକାଶ କରିବା ସହ ଦାୟିତ୍ୱ ରେ ଅବହେଳା କାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ଘଟଣାର ଆଜି ତଦନ୍ତ କରାଯାଇ ପିଏଚ୍‌ଇଓର ଏକ୍‌ଜ୍ୟୁକୁଟିଭଗ ଇଞ୍ଜିନିୟର ତଥା ୱାଟ୍‌କୋ ଜିଏମ୍‌ ସୁଶାନ୍ତ ଘଡେଇ,  ଏସ୍‌ଡିଓ ଏବଂ ଜିଏମ୍‌ ୱାଟ୍‌କୋ ସୁବାସ ରାଉତଙ୍କୁ ବଦଳି କରାଯାଇଛି। ସେହିପରି ଜୁନିୟର ଇଞ୍ଜିନିୟର ପ୍ରଦୀପ୍ତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ଜୁନିୟର ଇଞ୍ଜିନିୟର ଶ୍ରୀ ସାହୁ ଏବଂ ସର୍ଭିସ୍‌ ପ୍ରୋଭାଇଡର୍‌ ଦୀପକ ନାୟକଙ୍କ ବିରୁଦ୍ଧରେ କଟକ ମହାନଗର ନିଗମ (ସିଏମ୍‌ସି) ପଷରୁ ଥାନାରେ ଏଫ୍‌ଆଇଆର୍‌ ଦିଆଯାଇଛି।

ଏହି ଦୁର୍ଘଟଣା ରେ ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ,ସେମାନଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଦଶ ଲଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଡି ଶିବା ଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇ ଲଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.