banner
Breaking

କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ।

0

ଭୁବନେଶ୍ୱର,୬।୪(ବ୍ୟୁରୋ): ଛତିଶଗଡ ସୀମାକୁ ଲାଗିଥିବା ଜିଲାଗୁଡିକରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବଢିବାରେ ଲାଗିଛି। କୋଭିଡ୍‌ ପଜିଟିଭ୍‌ ମାମଲା ବଢୁଥିବା ପଶ୍ଚିମ ଓଡିଶା ଜିଲାଗୁଡିକୁ ନିୟମିତ ପରିଦର୍ଶନ କରି ତୃଣମୂଳ ସ୍ତରରେ ସ୍ଥିତିକୁ ଦେଖି ଜରୁରୀ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ରାଜ୍ୟର କୋଭିଡ୍‌ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଦ୍ରୁତ କରୋନା ସଂକ୍ରମଣର ମୁକାବିଲା କରିବାକୁ ତୁରନ୍ତ ଅଧିକ ସଂଖ୍ୟାରେ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ ଲାବ ଟେକ୍ନିସିଆନମାନଙ୍କୁ ପଶ୍ଚିମ ଓଡିଶା ଜିଲାଗୁଡିକୁ ପଠାଇବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲରେ ସିଟ୍‌ ସଂଖ୍ୟା ବଢାଇବା ସହ ଅଧିକ ସଂଖ୍ୟାରେ ଅକ୍ସିଜେନ ଥିବା ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା କୋଭିଡ୍‌ ନିୟମକୁ କଡାକଡି ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କୋଭିଡ ନିୟମକୁ କଡାକଡି ପାଳନ କରିବା ପାଇଁ ସମଗ୍ର ରାଜ୍ୟରେ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ ପାଇଁ ପୋଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଆମେ କରୋନାର ଦ୍ୱିତୀୟ ଲହରକୁ ଗୁରୁତର ସହ ନେବୁ ନାହିଁ ତେବେ ଏହା ଆମ ପାଇଁ ଘାତକ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।

ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ବେଳକୁ ବେଳ ବଢି ଚାଲିଛି। ସମଗ୍ର ବିଶ୍ୱ କୋଭିଡ ଭୂତାଣୁ ସହ ଲଢେଇ ଜାରି ରଖିଛନ୍ତିି। ଆମ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଛି। ଗତ କିଛି ସପ୍ତାହ ହେବ ଓଡିଶାରେ ମଧ୍ୟ ଏହି ମହାମାରୀ ପୁଣି କାୟା ବିସ୍ତାର କରିବା ଆରମ୍ଭ କରିଛି। କୋଭିଡର ପ୍ରଥମ ପର୍ଯ୍ୟାୟ ସଂକ୍ରମଣକୁ ଆମେ ସଫଳତାର ସହ ନିୟନ୍ତ୍ରଣ କରି ପାରିଛୁ। କୋଭିଡ ବିରୁଦ୍ଧରେ ଆମେ ଆମର ଯୁଦ୍ଧକୁ ଆହୁରି ଜୋରଦାର କରିବା । ଏହାଦ୍ୱାରା ଭୂତାଣୁର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ସଫଳତାର ସହ ମୁକାବିଲା କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.