banner
Breaking

କୋଟିଆରେ ୯ଟି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

0

କୋରାପୁଟ, ୫।୨(ଓଡ଼ିଆ ନ୍ୟୁଜ): କୋରାପୁଟ ଜିଲା ସୀମାନ୍ତ କୋଟିଆ ପଞ୍ଚାୟତର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଭିଡିଓ କନ୍‌ଫରେନି୍ସଂ ମାଧ୍ୟମରେ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତିି ା ଏଥିମଧ୍ୟରେ ୧୩ କୋଟି ଟଙ୍କାର ମାଡକାର ରାସ୍ତା, ହସ୍ପିଟାଲ, ଛାତ୍ରାବାସ ଆଦି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ହୋଇଥିବାବେଳେ ୫ କୋଟି ଟଙ୍କାର ଗୋଟିଏ ଉଚ୍ଚ ବ୍ରିଜ ନିର୍ମାଣ ନେଇ ଭିତିପ୍ରସ୍ତର ସ୍ଥାପନ କରି ଦୀର୍ଘ ୭୦ ଦଶନ୍ଧି ପରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ସେହିପରି କୋଟିଆ ବିକାଶ ନେଇ ବର୍ତ୍ତମାନ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଯାହାଦ୍ୱାରା ଏହି ଅଞ୍ଚଳର ଆଦିବାସୀଙ୍କ ବିକାଶ ସ୍ରୋତରେ ସାମିଲ ହେବା ସହ ସେମାନଙ୍କ ଜୀବନ ଜୀବୀକା ସୁରକ୍ଷିତ ରହିପାରିବ ।
ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ପ୍ରକଳ୍ପଗୁଡିକର ଶୁଭାରମ୍ଭ କରିଥିଲେ । ଜିଲାପାଳ ମଧୁସୁଧନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି , ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢି, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟ୍ଟୁପାଲି, ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗି, ଝିନ ହିକ୍‌କା, ପିଡିଡିିଆରଡିଏ ପ୍ରବୀର ନାୟକଙ୍କ ସମେତ ସ୍ଥାନୀୟ ସରପଞ୍ଚ, ବିଡିଓ ଓ ଅନ୍ୟ ଅଧିକାରୀ ଓ ହଜାର ହଜାର ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.