banner
Breaking

ବିକଶିତ ଓ ସମୃଦ୍ଧ ଓଡିଶା ଗଠନ ଦିଗରେ ନବୀନଙ୍କ ଯୁଗାନ୍ତକାରୀ ପଦକ୍ଷେପ।

0

ଭୁବନେଶ୍ୱର,୩ା୨(ବ୍ୟୁରୋ): ପ୍ରବାଦ ପୁରୁଷ ,କଳିଙ୍ଗ ରତ୍ନ ବିଜୁ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ତାଙ୍କ ସୁପୁତ୍ର , ଓଡ଼ିଶା ତଥା ଭାରତର ଜନପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ସବୁବେଳେ ଆର୍ପାଣ ଉଦ୍ୟମ ଜାରିରଖିଛନ୍ତି। ବିକଶିତ ଓ ସମୃଦ୍ଧ ଓଡିଶା ଗଠନ ଦିଗରେ ନେଇଛନ୍ତି ଆଉଏକ ଯୁଗାନ୍ତକାରୀ ପଦକ୍ଷେପ। ପାରାଦୀପ-ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ଅର୍ଥନୈତିକ କରିଡର। ଏହି ରାସ୍ତାକୁ ୮ ଲେନ୍‌ ବିଶିଷ୍ଟ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ୍‌କରୀଙ୍କ ସହ ଭିଡିଓ କନ୍‌ଫରେନ୍ସରେ ଏ ନେଇ ଆଲୋଚନା କରିଛନ୍ତି। କେନ୍ଦୁଝରରୁ ୩୦୦ କି.ମି. ଏହି ରାସ୍ତା ଦ୍ୱାରା ପାରାଦୀପ ଅଞ୍ଚଳକୁ ଖଣିଜ ପରିବହନ ସୁଗମ ହୋଇପାରିବ। ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ- ଡ଼ୁବୁରି- କେନ୍ଦୁଝର- ରିମୁଳି- ବଡ଼ସାହି ଦେଇ ବଡ଼ବିଲରେ ଶେଷ ହେବ। ଏହି ପ୍ରସ୍ତାବିତ ଅର୍ଥନୈତିକ କରିଡ଼ର ଚଣ୍ଡିଖୋଲ ସମେତ କଳିଙ୍ଗନଗର ଇସ୍ପାତ୍‌ କ୍ଲଷ୍ଟରର ବିକାଶ କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ଏହି ରାଜପଥ ଡ଼ୁବୁରି ପାର୍ଶ୍ବବର୍ତ୍ତୀ ଅଞ୍ଚଳ ତଥା ଇସ୍ପାତ୍‌, କୋଇଲା, ଲୁହା ଓ ଆଲୁମିନିୟମ କ୍ଷେତ୍ର ପାଇଁ ମଧ୍ୟ ଅନେକ ସମ୍ଭାବନା ଆଣିବ। ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପ କାମ ଲାଗି ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଗଡ୍‌କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ବୈଠକରେ ଓଡ଼ିଶାର ବିଭିନ୍ନ ରାଜପଥ ପ୍ରକଳ୍ପକୁ ନେଇ ବିଚାରବିମର୍ଶ ହୋଇଥିବା ବେଳେ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପକୁ ତ୍ୱରାନ୍ବିତ କରିବା ଦିଗରେ ଆଲୋଚନା ହୋଇଛି। ୯ ହଜାର କୋଟି ଟଙ୍କା ଖର୍ଚ୍ଚରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଲାଇଫଲାଇନ୍‌ ହେବାକୁ ଯାଉଥିବା ଏହି ଉପକୂଳ ଜାତୀୟ ରାଜପଥ ଅଗ୍ରଗତି ନେଇ ଆଲୋଚନା ହୋଇଥିବା ବେଳେ ଗୋପାଳପୁରରୁ ସାତପଡ଼ା ପ୍ରକଳ୍ପ କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ତଥା ଅନୁମତି ଦେବା ସକାଶେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାର ସର୍ବବୃହତ୍‌ ରାଜପଥ ପ୍ରକଳ୍ପ କୋଷ୍ଟାଲ ହାଇୱେ ସମ୍ପୂର୍ଣ୍ଣ ହେଲେ ଏହା ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ବିତ କରିବା ସଙ୍ଗେ ସଙ୍ଗେ ମତ୍ସ୍ୟ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ଲଜିଷ୍ଟିକ୍‌କୁ ସୁବିଧା ଦେବା ସହ ପଣ୍ୟାଗାର ପରିବହନରେ ବିଶେଷ ଭାବରେ ସହାୟକ ହେବ।
ଏହି ବୈଠକରେ ଭୁବନେଶ୍ୱର ରିଂରୋଡ୍‌ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାରେ ଓଡ଼ିଶାରେ ବନ୍ଦର ଆଧାରିତ ଶିଳ୍ପାୟନର ଦ୍ରୁତ ଅର୍ଥନୀତିର ବିକାଶକୁ ପ୍ରାଥମିକତା ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଧାମରାରେ ବନ୍ଦର ଆଧାରିତ ବିକାଶ କରିବା ନେଇ ଧାମରାକୁ ସଂଯୋଗ କରୁଥିବା ପ୍ରସ୍ତାବିତ ରାଜପଥ ପ୍ରକଳ୍ପଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଗୋପାଳପୁର ବନ୍ଦର, ସୁବର୍ଣ୍ଣରେଖା ପ୍ରସ୍ତାବିତ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଭର୍ଚୁଆଲ ବୈଠକରେ ଓଡ଼ିଶାର ବିଭିନ୍ନ ପ୍ରମୁଖ ରାଜପଥ ପ୍ରକଳ୍ପ ଯଥା କେନ୍ଦୁଝରର ଜାତୀୟ ରାଜପଥ ପ୍ରକଳ୍ପ ଅଧୀନରେ ଥିବା ଏନ୍‌ଏଚ-୨୦ର ପାଣିକୋଇଲି-ରିମୁଳି ସେକ୍ସନ, ଏନ୍‌ଏଚ-୪୯ ସିଙ୍ଗରା ବିଞ୍ଜବାହାଲ ସେକ୍ସନ, ପ୍ରସ୍ତାବିତ ଅର୍ଥନୈତିକ କରିଡରରେ ପାରାଦୀପ -ବଡ଼ବିଲ, ପାରାଦୀପ-ଚଣ୍ଡିଖୋଲ, ଚଣ୍ଡିଖୋଲ-ଡୁବୁରି, ଡୁବୁରି-କେନ୍ଦୁଝର ରୋଡ୍‌, କେନ୍ଦୁଝର-ରିମୁଳି, ରିମୁଳି-ଭଦ୍ରସାହି, ଭଦ୍ରସାହି- ବଡ଼ବିଲ, ଭୁବନେଶ୍ୱର-ପୁରୀ ମଧ୍ୟରେ ୮ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ୍‌ ୱେ, ବନ୍ଦରରୁ ରାସ୍ତା ସଂଯୋଗ ଅଧୀନରେ ଧାମରା, ଗୋପାଳପୁର, ସୁବର୍ଣ୍ଣରେଖା ବନ୍ଦର ଏବଂ ଅମ୍ପନୀ-ଜୟପୁର ଓ ରାୟପୁର- ବିଶାଖାପାଟଣା ଜାତୀୟ ରାଜପଥ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.