banner
Breaking

ଦେଶର ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

0

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ):ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ୱାନ । ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୀର୍ଷସ୍ଥାନରେ ରହିଛନ୍ତି । କୋଭିଡ୍‌ ପରିଚାଳନା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ଓ ଜୀବନ ବଞ୍ଚାଇବା କ୍ଷେତ୍ରରେ ଲୋକମାନେ ନବୀନଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ଯେତେବେଳେ ରାଜ୍ୟର ଅର୍ଥନୀତି ଦୁର୍ବଳ ହୋଇପଡିଥିଲା, ସେତେବେଳେ ମଧ୍ୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରିଛନ୍ତି। ଯେତେବେଳେ ଲୋକମାନେ ଜୀବନ ଜୀବିକା ହରାଇଛନ୍ତି ସେତେବେଳେ ନବୀନଙ୍କୁ ଭରସା କରିଛନ୍ତି। ପ୍ରଶାସନିକ କ୍ଷେତ୍ରରେ ସଂସ୍କାର ଆଣିବା ସହ ଦୁର୍ନୀତି ବିରୋଧୀ ଛବି ନବୀନଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ କରିଛି। ପୂର୍ବରୁ ନବୀନ ଅନେକ ଥର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏବେ ବି ତାଙ୍କ ଛବି ଅମଳିନ ରହିଛି।

ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜ ଓ ସି- ଭୋଟର ସର୍ଭେରେ ଏହି ରିପୋର୍ଟ ପ୍ରକାଶ କରିଛି। ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଛନ୍ତି। ସୂଚନା ଅନୁସାରେ ଦେଶର ସମସ୍ତ ୩୧ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ କରାଯାଇଥିବା ସର୍ଭେରେ ନବୀନ ପୁଣିଥରେ ଶୀର୍ଷସ୍ଥାନରେ ରହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦ୍ବିତୀୟ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ଼୍ଡ଼ୀ ତୃତୀୟ ସ୍ଥାନରେ ଅଛନ୍ତି ।
୪ର୍ଥ ସ୍ଥାନରେ ଅଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ଓ ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରହିଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଷଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ପାଇଛନ୍ତି  , ସପ୍ତମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଥିବାବେଳେ ଅଷ୍ଟମ ସ୍ଥାନରେ ଅଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ । ନବମରେ ଗୋଆ ସିଏମ ପ୍ରମୋଦ ସାୱନ୍ତ ଏବଂ ଦଶମରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ରହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ସାରା ଦେଶର ୬୬ ଲୋକ ଖୁସି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ମାତ୍ର ୩୦% ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକଙ୍କୁ ଲୋକ ସମର୍ଥନ କରିଥିବାବେଳେ ରାଜ୍ୟର ୯୧% ମତଦାତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକଳାପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.