banner
Breaking

୫୪ଟି ପ୍ରକଳ୍ପର ଉଦଘାଟନ ଓ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।

0

କଳାହାଣ୍ଡି : କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ୫୪ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିବା ବେଳେ, ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।ଏହି ପରିପ୍ରେକ୍ଷୀରେ ଜୟପାଟଣା ବ୍ଲକ ମଙ୍ଗଳପୁରଠାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କର କଳାହାଣ୍ଡି ସହିତ ସମ୍ପର୍କର ସ୍ମୃତିଚାରଣ କରିଥିଲେ। ଏଥିସହିତ ଶିଶୁ ବିକାଶ,ମହିଳାଙ୍କ ସୁରକ୍ଷା, ମାଛ ଚାଷ,ଇନ୍ଦ୍ରବତୀ ଜଳସେଚନ, ଘୁମୁରା ନାଚ ଆଦି ବିଷୟରେ କହିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.