banner
Breaking

୧୪ ରେ ଇନ୍ଦ୍ରାବତୀ ମେଗାଲିପ୍ଟ ଜଳସେଚନ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

0

ଭବାନୀପାଟଣା : କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଚୂଡାନ୍ତ ହୋଇସାରିଛି। ଆସନ୍ତା ୧୪ ତାରିଖ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଜିଲାର ଜୟପାଟଣା, କୋକସରା ଓ ଧର୍ମଗଡ ଆଦି ୩ଟି ବ୍ଲକର ଚାଷୀଙ୍କ ପାଇଁ ଲୋକାର୍ପଣ କରିବେ ବୋଲି ଗୃହମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷିରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭବାନୀପାଟଣାକୁ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ପହଞ୍ଚି ଥିଲେ। ସେଠାରେ ପହଞ୍ଚିବା ପରେ ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସମୟରେ ଧର୍ମଗଡ ବିଧାୟକ ମୋଷଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି, ଜିଲା ସଭାନେତ୍ରୀ କଲ୍ୟାଣୀ ନାଏକ, ଜିଲା ସାଧାରଣ ସମ୍ପାଦକ ଭବାନୀ ମିଶ୍ର, ଛାତ୍ର ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲା ଯୁବ ସଭାପତି ଆଦିତ୍ୟ ପ୍ରସାଦ ନନ୍ଦ, ଜିଲା ସମ୍ପାଦକ ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଦାସ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଜିଲାର ଜୟପାଟଣା ବ୍ଲକ ମଙ୍ଗଳପୁର ପମ୍ପ୍‌ ହାଉସ ପରିସରକୁ ପହଞ୍ଚି ସେଠାରେ ଉଦ୍‌ଘାଟନୀ ହେବାକୁ ଥିବା ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପର ଭିତ୍ତିଭୂମି ସହ ପ୍ରସ୍ତୁତିକୁ ନେଇ ଅନୁଧ୍ୟାନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.