banner
Breaking

ଜଗନ୍ନାଥଙ୍କୁ ଦର୍ଶନ କରି ୭୫ ବର୍ଷର ପ୍ରଥମ ଦିନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

0

ଭୁବନେଶ୍ୱର,୧୭/୧୦(ଓଡ଼ିଆ ନ୍ୟୁଜ): ଜଗତର ନାଥ ଜଗନ୍ନାଥଙ୍କ ପାଖରେ ନିବେଦନ କରି ୭୫ ବର୍ଷର ପ୍ରଥମ ଦିନ ଆରମ୍ଭ କରିଛନ୍ତି ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ପରିଦର୍ଶନରେ ଯାଇ ନୀଳଚକ୍ର ଦର୍ଶନ କରି ଓଡ଼ିଶାବାସୀଙ୍କ ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କୁ ଜଣାଣ କରିଥିଲେ।
‘ଅବଢ଼ା’ ଯୋଜନାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ସିଂହଦ୍ୱାରଠାରେ ପତିତପାବନକୁ ପ୍ରାର୍ଥନା କରିବା ସହିତ ମନ୍ଦିରର ପରିକ୍ରମା କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ସମ୍ପର୍କରେ ବିସ୍ତୃତ ଭାବରେ ସମୀକ୍ଷା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରିଡରର ରୂପରେଖ ଏପରି ହେବା ଉଚିତ, ଯେପରି କୌଣସି ଭିନ୍ନକ୍ଷମ ଲୋକଙ୍କର ପରିକ୍ରମାରେ ଅସୁବିଧା ହେବ ନାହିଁ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ି ବାନ୍ଧି ଅପେକ୍ଷା କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ମଧ୍ୟ ଦେଇ ଯେପରି ନିର୍ବିଘ୍ନ ଦର୍ଶନ କରିପାରିବେ ତାହା ବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଆସନ୍ତା ଜାନୁଆରୀ ପହିଲା ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରି ଶ୍ରୀଜଗନ୍ନାଥ ଐତିହ୍ୟ କରିଡରର କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନିମନ୍ତେ ଜାଗା ଦାନ କରିଥିବା ସମସ୍ତ ବାସିନ୍ଦା, ବିଭିନ୍ନ ବିଭାଗର କର୍ମଚାରୀ ତଥା ପଦାଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ସେମାନଙ୍କ ପରିଶ୍ରମ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ।
ମୁଖ୍ୟମନ୍ତ୍ରୀ ସମସ୍ତ ସୁବିଧାଗୁଡ଼ିକୁ ପ୍ରତିବନ୍ଧକମୁକ୍ତ କରିିବା ପାଇଁ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ। ମେଘନାଥ ପାଚରେୀର ଦକ୍ଷିଣ ପାର୍ଶ୍ବ ସଂପର୍କରେ ସମୀକ୍ଷା କରି ସାର୍ବଜନୀନ ଦର୍ଶନ ନିମନ୍ତେ ଗୁରୁତ୍ୱ ଦେବାପୂର୍ବକ ପରିକ୍ରମା ନିମନ୍ତେ ବୃକ୍ଷଛାୟା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପଶ୍ଚିମ ପାଶ୍ୱର୍ରେ ମେଘନାଥ ପାଚେରୀ ନିକଟରେ ଥିବା ବିଦୁ୍ୟତ ସବ୍‌ଷ୍ଟେସନ୍‌ର ସ୍ଥାନାନ୍ତରଣ ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କର ଜିନିଷପତ୍ର ରଖିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଉତ୍ତର ପାର୍ଶ୍ବ ସଂପର୍କିତ ସମୀକ୍ଷା କରି କହିଥିଲେ ଯେ ଏକ ସମୟରେ ବହୁସଂଖ୍ୟକ ଲୋକଙ୍କୁ ମହାପ୍ରସାଦ ପରିବେଷଣ କରାଇବା ଭଳି ବ୍ୟବସ୍ଥା ହେବା ଆବଶ୍ୟକ। ବୟସ୍କ ଭକ୍ତମାନେ କିଛି ଦୂରରେ ସେମାନଙ୍କ ଯାନବାହନ ରଖିବା ଓ ସେମାନଙ୍କ ନିମନ୍ତେ ଇ-ଯାନର ସୁବନ୍ଦୋବସ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ ‘ଟି’ ସଚିବ ଭି.କେ. ପାଣ୍ଡିଆନ୍‌ ପରିଦର୍ଶନରେ ସାମିଲ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.