banner
Breaking

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପାନୀୟ ଜଳ ମିଶନ ‘ସୁଜଳ’ ଲୋକାର୍ପିତ

0

ଭୁବନେଶ୍ୱର,୧୩ା୧୦(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱର ଓ ପୁରୀରେ ଟ୍ୟାପ୍‌ରୁ ପାନୀୟ ଜଳ ମିଶନ ‘ସୁଜଳ’ ଲୋକାର୍ପିତ କରିଛନ୍ତି। ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ। ଏହାଦ୍ୱାରା ଲୋକମାନେ ଉନ୍ନତ ଦେଶର ଲୋକଙ୍କ ଭଳି ସିଧା ଟ୍ୟାପ୍‌ରୁ ପାଣି ଆଣି ପିଇପାରିବେ। ମୁଖ୍ୟନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଆଧାର ବ୍ୟବସ୍ଥାର ରୂପାନ୍ତର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୫-ଟି ଗଭର୍ନାନ୍ସରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପାନୀୟ ଜଳ ମିଶନ ‘ସୁଜଳ’ ଦ୍ୱାରା ଦୁଇ ସହରରେ ପ୍ରାୟ ୧ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହେବେ। ଏହି ମିଶନ ରାଜ୍ୟର ସବୁ ଅଞ୍ଚଳରେ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୨୦୨୨ ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳର ସବୁ ଘରକୁ ପାଇପ ଜଳ ସଂଯୋଗ ଯୋଗାଇ ଦିଆଯିବ। ଓଡ଼ିଶା ଏ କ୍ଷେତ୍ରରେ ପ୍ରଥମ ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.