banner
Breaking

ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟବସ୍ଥା ନେଇ କଥାହେଲେ ମୁଖ୍ୟମନ୍ତ୍ରୀ।

0

ଭୁବନେଶ୍ୱର,୩/୧୦(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଆରୋଗ୍ୟ କାମନା କରିଛନ୍ତି । ପିପିଲି ବିଧାୟକ କରୋନା ସଂକ୍ରମିତ ହେବାପରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ସେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ସହ କଥା ହେବା ସହ ମହାରଥୀ ଆରୋଗ୍ୟ ହେବା ପାଇଁ କାମନା କରିଛନ୍ତି । ଏଥିସହିତ ଡାକ୍ତର ମାନଙ୍କ କଥା ହୋଇ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଉନ୍ନତ ଚିକିତ୍ସା ପ୍ରଦାନ ପାଇଁ କହିଛନ୍ତି।

ସୂଚନାଯୋଗ୍ୟ ଗତ ମାସରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ସେ ସୋସିଆଲ ମିଡିଆରେ ‌ ଜଣାଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.