banner
Breaking

ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

0

ଭୁବନେଶ୍ୱର,୧୧।୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପ୍ରବଳ ବର୍ଷା ହେବାଦ୍ବାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ନିଜେ ବନ୍ୟା ଅଞ୍ଚଳ ପରିଦର୍ଶନ କରି ତୁରନ୍ତ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ବନ୍ୟା ଯୋଗୁ ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସହାୟତା ମିଳିବ। ସେହିପରି ଅଣଜଳସେଚିତ ଜମି ଲାଗି ହେକ୍ଟର ପିଛା ୬୮୦୦ ଟଙ୍କା ଇନପୁଟ ସବ୍‌ସିଡି ମିଳିବ। ଜଳସେଚନ ଜମି ପାଇଁ ୧୩ ହଜାର ୫୦୦ ଟଙ୍କା ଓ ବାରମାସୀ ଫସଲ ପାଇଁ ୧୮ ହଜାର ଟଙ୍କା ମିଳିବ। ସେହିପରି ବାରମାସୀ ଫସଲରେ ଆମ୍ବ, କାଜୁ, ନଡିଆ ଓ ପାନକୁ ଅର୍ନ୍ତଭୁକ୍ତ କରାଯାଇଛି। ପ୍ରକୃତ ଚାଷୀଙ୍କୁ ହିଁ ବନ୍ୟା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨୦ ହଜାର ବିହନ ମିନିକିଟ୍‌ ଯୋଗାଇ ଦିଆଯିବ। ୫୦ ପ୍ରତିଶତ ସବ୍‌ସିଡିରେ ଚାଷୀମାନଙ୍କୁ ୨୦୦୦ ପମ୍ପ ସେଟ ଦିଆଯିବ। ସେହିପରି ରବି ଫସଲ ପାଇଁ ଉନ୍ନତମାନର ବିହନ ଯୋଗାଇ ଦିଆଯିବ। ଏଥିପାଇଁ ଚାଷୀଙ୍କୁ ସର୍ବାଧିକ ୭୫ ପ୍ରତିଶତ ରିହାତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.