banner
Breaking

ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀ ମାନଙ୍କୁ ପ୍ଲାଜମା ଦାନ ପାଇଁ ଦାୟିତ୍ୱ।

0

ଭୁବନେଶ୍ୱର,୨୪।୭(ଓଡ଼ିଆ ନ୍ୟୁଜ): ଓଡିଶାରେ ପ୍ଲାଜମା ଥେରାପି ଚିକିତ୍ସା ଫଳପ୍ରଦ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜଣେ ୪୮ ବର୍ଷୀୟ ମହିଳା ଆରୋଗ୍ୟ ଲାଭ କରିଥିବା ବେଳେ ୧୩ ଜଣ ସୁସ୍ଥ ଆଡ଼କୁ ଗତି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲା ଦାୟିତ୍ୱ ଦେଇଛନ୍ତି। ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଘରକୁ ଯାଇ ମନ୍ତ୍ରୀମାନେ ସେମାନଙ୍କୁ ପ୍ଲାଜମା ଦାନ ନିମନ୍ତେ ଉତ୍ସାହିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନରେ ଦେଖନ୍ତୁ କେଉଁ ମନ୍ତ୍ରୀଙ୍କୁ କେଉଁ ଜିଲା ଦାୟିତ୍ୱ ଦିଆଯାଇଛି।

ନିରଞ୍ଜନ ପୂଜାରୀ: ପୁରୀ
ବିକ୍ରମ କେଶରୀ ଆରୁଖ : କନ୍ଧମାଳ ଓ ଗଞ୍ଜାମ
ପ୍ରଫୁଲ୍ଲ କୁମାର ମଲ୍ଲିକ: ବରଗଡ
ରଣେନ୍ଦ୍ର ପ୍ରତାପ ସ୍ବାଇଁ : ଭଦ୍ରକ ଓ କେନ୍ଦ୍ରାପଡ଼ା
ପଦ୍ମନାଭ ବେହେରା : ଝାରସୁଗୁଡ଼ା ଓ ବୌଦ୍ଧ
ପ୍ରତାପ ଜେନା : ମୟୂରଭଞ୍ଜ ଓ କଟକ
ଅରୁଣ ସାହୁ : ନୟାଗଡ଼ ଓ ଖୋର୍ଦ୍ଧା
ସୁଦାମ ମାରାଣ୍ଡି : ସୋନପୁର
ସୁଶାନ୍ତ ସିଂହ : ବଲାଙ୍ଗୀର ଓ ସମ୍ବଲପୁର
ନବକିଶୋର ଦାସ : କଳାହାଣ୍ଡି ଓ ନୂଆପଡ଼ା
ଟୁକୁନି ସାହୁ : ଦେବଗଡ଼ ଓ ସୁନ୍ଦରଗଡ଼
ଜଗନ୍ନାଥ ସାରକା : ଗଜପତି ଓ କୋରାପୁଟ
ଦିବ୍ୟଶଙ୍କର ମିଶ୍ର : ଢେଙ୍କାନାଳ
ଅଶୋକ ଚନ୍ଦ୍ର ପଣ୍ଡା : ଅନୁଗୋଳ
ସମୀର ରଞ୍ଜନ ଦାସ : ଯାଜପୁର
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ : ବାଲେଶ୍ୱର
ପ୍ରେମାନନ୍ଦ ନାୟକ : କେନ୍ଦୁଝର
ରଘୁନନ୍ଦନ ଦାସ : ନବରଙ୍ଗପୁର ଓ ଜଗତସିଂହପୁର
ପଦ୍ମିନୀ ଦିଆନ : ରାୟଗଡ଼ା
ତୁଷାରକାନ୍ତି ବେହେରା : ମାଲକାନାଗିରି

Khansweb Solution Bhubaneswar

Leave A Reply

Your email address will not be published.