banner
Breaking

୫ ମାସ ପର୍ଯ୍ୟନ୍ତ ଚାଉଳ ଓ ଡାଲି ମାଗଣା। ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର ,୨୧/୭(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ ମାସ ମାଗଣାରେ ଡାଲି ଓ ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହାଦ୍ବାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ପ୍ରତି ମାସରେ ମୁଣ୍ଡପିଛା ୫ କେଜି ଲେଖାଏ ଚାଉଳ ୫ ମାସ ପାଇଁ ମାଗଣା ଯୋଗାଇ ଦିଆଯିବ। ଏହାସହିତ ପ୍ରତି ମାସରେ ପରିବାର ପିଛା ଏକ କେଜି ଲେଖାଏ ଡାଲି ମଧ୍ୟ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦିଆଯିବ। ଏହାଦ୍ବାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସୁବିଧାରୁ ବାଦ ପଡିଥିବା ଲକ୍ଷ ଲକ୍ଷ ହିତାଧିକାରୀମାନେ ଉପକାର ପାଇପାରିବେ।

Khansweb Solution Bhubaneswar

Leave A Reply

Your email address will not be published.