banner
Breaking

ଦେଶର ନମ୍ବର ଓ୍ବାନ୍ ମୁଖ୍ୟମନ୍ତ୍ରୀ ନବୀନ।

0

ଭୁବନେଶ୍ୱର, ୨ା୬(ଓଡ଼ିଆ ନ୍ୟୁଜ): କରୋନା ପାଇଁ ଦେଶ ଓ ରାଜ୍ୟ ଲକ ଡାଉନ ରହିଥିଲା । ଲକଡାଉନ ସମୟରେ ମୁଖ୍ୟମନ୍ତ୍ରୀ ମାନଙ୍କର କାର୍ଯ୍ୟ ଦକ୍ଷତା ଓ ଲୋକପ୍ରିୟତା ନେଇ ଆଇଏଏନଏସ, ସି-ଭୋଟର ପକ୍ଷରୁ ଏକ ସର୍ଭେ ହୋଇଥିଲା । ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନରେ ରହିଛନ୍ତି । ସରକାର ନେଇଥିବା ସମସ୍ତ ପଦକ୍ଷେପରେ ଲୋକମାନେ ସନ୍ତୁଷ୍ଟ ହୋଇ ନବୀନଙ୍କୁ ୮୨.୯୬% ଭୋଟ ଦେଇଛନ୍ତି । ନବୀନଙ୍କ ପରେ ଦ୍ୱିତୀୟରେ ରହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା । ସେହିପରି ତୃତୀୟ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ । ଚତୁର୍ଥରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, ପଞ୍ଚମରେ ମହାରଷ୍ଟ୍ର, ଷଷ୍ଠରେ ଦିଲ୍ଲୀ, ସପ୍ତମରେ ହିମାଚଳପ୍ରଦେଶ, ଅଷ୍ଟମ ସ୍ଥାନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରହିଛନ୍ତି । ସର୍ବନିମ  ପଏଣ୍ଟ ପାଇଛନ୍ତି ବିଜେପି ଶାସିତ ହରିୟାଣା ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ


ପ୍ରକାଶ ଥାଉକି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁବେଳେ କହିଆସୁଛନ୍ତି ସେଢେ ୪ କୋଟି ଓଡିଶାବାସୀ ମୋ ପରିବାର। ତାଙ୍କ ସଫଳତାର ଶ୍ରେୟ ଓଡ଼ିଶାର ଜନସାଧାରଣଙ୍କୁ ସେ ଅର୍ପଣ କରିଥାନ୍ତି। ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ଉନ୍ନତି ପାଇଁ ଦିନରାତି ଏକ କରି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି। ତାଙ୍କର ନୀତି ଆଦର୍ଶ କାର୍ଯ୍ୟଶୈଳୀ ଓ ଆପଣାର ମନଭାବ ସମ୍ପୂର୍ଣ୍ଣ ନିଆରା।ଯେଉଁଥି ପାଇଁ ଓଡ଼ିଶାର ଆବାଳବୃଦ୍ଧବନିତାଙ୍କ କଣ୍ଠରେ ଗୋଟିଏ ସ୍ବର ନବୀନ ନବୀନ ଆଉ ନବୀନ। ଏହି ସ୍ବର ଏବେ ବହୁଗୁଣିତ ହୋଇ ସାରା ଭାରତ ବର୍ଷରେ ପରିବ୍ୟାପ୍ତ ହୋଇଛି। ପୁଣି ଥରେ ସେ ନମ୍ବର ଓ୍ବାନ୍ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.