banner
Breaking

ନୂତନ ସ୍ବାସ୍ଥ୍ୟ ପରାମର୍ଶଦାତାଙ୍କ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୪ା୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ଯୋଜନାରେ ଯୋଗାଇ ଦିଆଯାଉଥିବା ସେବାର ବିକାଶ ପାଇଁ ନୂଆ ସ୍ବାସ୍ଥ୍ୟ ପରାମର୍ଶଦାତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିଯୁକ୍ତି ଦେଇଛନ୍ତି । ବିଭିନ୍ନ ସରକାରୀ ଯୋଜନା, ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଧିକାରୀମାନେ ହେଲେ ସଞ୍ଜୟ ସେଠୀ, ପୁଷ୍ପାଞ୍ଜଳି ରଣା, କେ ଶାନ୍ତି, ରଞ୍ଜନ ବିଶ୍ୱାଳ, ସ୍ବପ୍ନାରାଣୀ ପାତ୍ର ଏବଂ ଦିଲ୍ଲୀପ କୁମାର ସାହୁ। ଏମାନେ ସମସ୍ତେ ଅବୈତନିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଗସ୍ତ ଏବଂ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯିବ। ଏନେଇ ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରୁ ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.