banner
Breaking

ଆପଣ ମାନଙ୍କ ଆଶୀର୍ବାଦ ରହିଲେ ବିଜୁ ଜନତା ଦଳ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡିଶାର ସେବା କରିଚାଲିବ – ନବୀନ ପଟ୍ଟନାୟକ

0

ଭୁବନେଶ୍ବର : ବିଜୁ ଜନତା ଦଳ ଆଜି ଗୌରବମୟ ୨୫ ବର୍ଷ ପୂରଣ କରି ୨୬ ବର୍ଷରେ ପହଞ୍ଚିଛି। ଏହି ଅବସରରେ ପୁରୀର ତାଳବଣିଆ ଠାରେ ଦଳର ଏକ ବିଶାଳ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରି ଚାଲିବ।
ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ –

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ରକୁ ମୁଁ ଆପଣମାନଙ୍କୁ ସ୍ବାଗତ କରୁଛି।

ଜୟ ଜଗନ୍ନାଥ

ଆଜି ବିଜେଡି ଓଡିଶାବାସୀଙ୍କ ସେବାର ୨୫ ବର୍ଷ ପାଳନ କରୁଛି। ଓଡିଶାର ସାଢେ ଚାରି କୋଟି ଜନତା ଆମକୁ ୨୫ ବର୍ଷ ତାଙ୍କର ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ତାଙ୍କ ପାଖରେ ଋଣୀ। ବିଜେଡି ସବୁବେଳେ ଓଡିଶାବାସୀଙ୍କ ପାଖରେ ଋଣୀ।

ମୋତେ ସଦାବେଳେ ଅନ୍ୟ ପାର୍ଟିର ନେତାମାନେ କୁହନ୍ତି……….. ପାର୍ଲିଆମେଣ୍ଟରେ………. ବିଭିନ୍ନ ମିଟିଂରେ ……. କି BJD is the most successful regional party ever.

କି ବିଜେଡି ଲୋକଙ୍କ ବିଶ୍ବାସକୁ base କରି ଲୋକଙ୍କ ସେବାରେ ବହୁତ ବର୍ଷ ହେଲା କାମ କରିଚାଲିଛି।

ଯଦି ଆମେ ବିଚାର କରିବା କି କେଉଁ କାରଣ ପାଇଁ ବିଜେଡି ଲୋକଙ୍କ ଆଶୀର୍ବାଦ ବର୍ଷ ବର୍ଷ ଧରିକି ପାଇପାରିଛି……. ତାହେହେଲେ କିଛି ନିର୍ଦ୍ଦିଷ୍ଟ ଦିଗ ବା କାରଣ ବାହାରିବ।

ପ୍ରଥମ – ଗୋଟିଏ regional partyର ମୁଖ୍ୟ କର୍ତ୍ତବ୍ୟ ହେଉଛି – ରାଜ୍ୟବାସୀଙ୍କୁ ଆଖିରେ ରଖି ତାଙ୍କ ସେବାକୁ only agenda ରଖିକି କାମ କରିବା। ମୁଁ ଜାଣେ ବିଜେଡି କେବେ ବି ଏହି agendaରୁ ହଟି ନାହିଁ ।

ଆମର ପ୍ରଥମ କର୍ତ୍ତବ୍ୟ ହେଉଛି –
ଆମ ରାଜ୍ୟ ଓ ରାଜ୍ୟବାସୀ
ଓଡିଶାର ସ୍ବାର୍ଥ
ଓଡଶାର ଉନ୍ନତି
ଓଡଶାର ଗୌରବ
ଓଡଶାର ଭାଷା
ଓଡଶାର ସଂସ୍କୃତି
ଓଡିଆର ସ୍ବାଭିମାନ ପାଇଁ ବିଜେଡି କାମ କରି ଆସୁଛି।

ଦ୍ବିତୀୟ ହେଲା – ବିଜୁ ବାବୁଙ୍କ ଆଦର୍ଶ । ମୁଁ ସବୁବେଳେ କହିଆସୁଛି Biju Babu was not a leader, he was a phenomenon and he was completely futuristic – way ahead of his times.

ଏବଂ ତାଙ୍କର ପ୍ରତ୍ୟେକ ରକ୍ତବିନ୍ଦୁରେ ଓଡିଶାର ଉନ୍ନତି ଓ ଓଡିଶାର ସ୍ବାଭିମାନ ଭର୍ତ୍ତି ହୋଇ ରହିଥିଲା ।

ସେ ମହାନ ଜନନାୟକ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ରାସ୍ତାରେ ତାଙ୍କ ନାମରେ ଗଠିତ ଦଳ କାମ କରୁଛି ଓ ଆଗକୁ ମଧ୍ୟ କରିବ ।

ତୃତୀୟ ହେଲା – ସ୍ବଚ୍ଛ ଓ ନିର୍ମଳ ଶାସନ
ଆମର vested interest ହେଉଛି ଓଡିଶାର ଉନ୍ନତି । ଓଡିଶାବାସୀଙ୍କ ଉନ୍ନତି । ଏହାଛଡା ଆମ ଦଳର ଦ୍ବିତୀୟ vested interest ନାହିଁ ।

ଚତୁର୍ଥ ହେଲା – ମହିଳା ସଶକ୍ତିକରଣ

୨୦୦୦ ମସିହାରୁ ଯେତେବେଳେ ଓଡିଶାବାସୀ ଆମକୁ ଆଶୀର୍ବାଦ କରିଆସିଛନ୍ତି, ସେତେବେଳେ ଠାରୁ ମା ମାନଙ୍କ ସଶକ୍ତିକରଣକୁ ଆମେ ଗୁରୁତ୍ବ ଦେଇ ଆସିଛୁ ।

ଆମର ଦୃଢ ବିଶ୍ବାସ, ମା ମାନଙ୍କ ଉନ୍ନତି ହିଁ ଓଡିଶାକୁ ଆଗକୁ ନେଇଯିବ। ସେଥିପାଇଁ ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣ ଦିଗରେ ଗୋଟିଏ ଗଣଆନ୍ଦୋଳନରେ ପରିଣତ ହୋଇଛି।

ମୁଁ ସବୁବେଳେ କହିଛି,
ମା ମାନେ ସଶକ୍ତ ହେଲେ, ପରିବାର ସଶକ୍ତ ହେବ।
ମା ମାନେ ସଶକ୍ତ ହେଲେ, ରାଜ୍ୟ ସଶକ୍ତ ହେବ।
ମା ମାନେ ସଶକ୍ତ ହେଲେ, ସେ ଦେଶ ସଶକ୍ତ ହେବ।
ଗୋଟେ ନ ହେଲେ , ଅନ୍ୟ ଟି ହେବ ନାହିଁ ।
ବିଜେଡି ପାଇଁ ସବୁ ବର୍ଗର ଉନ୍ନତି ଗୁରୁତ୍ବପୂର୍ଣ୍ଣ ।
ସେ ଆମର ଆଦିବାସୀ ଭାଇଭଉଣୀ ହୁଅନ୍ତୁ………
ଦଳିତ ଭାଇଭଉଣୀ ହୁଅନ୍ତୁ………
ବା ଖ୍ରୀଷ୍ଟିଆନ ମୁସଲିମ ଭାଇଭଉଣୀ ହୁଅନ୍ତୁ ।
ସମସ୍ତଙ୍କ ଉନ୍ନତି ହେଲେ ଓଡିଶାର ଉନ୍ନତି ହେବ।

ଏବଂ ବିଜେଡି ସବୁବେଳେ ମାଲକାମଗିରିରୁ ମୟୁରଭଂଜ ପର୍ଯ୍ୟନ୍ତ ………… ବରଗଡରୁ ପୁରୀ ପର୍ଯ୍ୟନ୍ତ …………… ସବୁ ଗାଁ, ସବୁ ସହର ଓ ସବୁ ଅଞ୍ଚଳର ଉନ୍ନତି ପାଇଁ କାମ କରିଆସିଛି।

Inclusive growth ଓ regional imbalance ଦୂର କରିବା ଆମର କର୍ତ୍ତବ୍ୟ ।

BJD stands for the entire Odisha……. Not just one group or one region or one class.

ଓଡିଶାର ଯାହା ଯାହା ସମସ୍ୟା ରହିଛି…… ତାକୁ ଦୂରଦୃଷ୍ଟିରେ ରଖିକି….. professionalism ସହିତ ଆମ ଦଳ କାମ କରୁଛି।

ସେ ବନ୍ୟା, ବାତ୍ୟା ହେଉ – disaster managementରେ ଓଡିଶା ସାରା ପୃଥିବୀରେ ସୁନାମ କରିଛି।

ଖାଦ୍ୟ ନିରାପତ୍ତା ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । ଏବେ ଆମେ ଅନ୍ୟ ରାଜ୍ୟକୁ ଚାଉଳ ପାଠଉଛୁ ।

ଆମ ଭିତ୍ତିଭୂମି ଏବଂ ସ୍ବଚ୍ଛ ଶାସନକୁ ଦେଖିକି – ବହୁତ investment ଆମ ପାଖକୁ ଆସୁଛି – ପିଲାମାନଙ୍କୁ ଚାକିରୀ ମିଳିବ……. ରାଜ୍ୟର ଉନ୍ନତି ହେବ ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ । ସେଥିପାଇଁ କୋଭିଡ ମହାମାରୀ ଟାଇମରେ testingରୁ treatment ସେଥିପାଇଁ freeରେ ଦିଆଗଲା । ଓଡିଶା ଅନ୍ୟ ରାଜ୍ୟ ମାନଙ୍କୁ oxygen supply କଲା।

BSKY ଭଲି କ୍ରାନ୍ତିକାରୀ scheme ଲାଗୁ କରାଗଲା ।

ଆମର commitment ହେଉଛି – ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତାକୁ base କରି କି କାମ କରୁଛୁ ।

ଦେଶ ବିଦେଶରେ ଆମ ସରକାର ଓ ଆମ governance modelକୁ ସମସ୍ତେ ପ୍ରଶଂସା କରୁଛନ୍ତି।

It’s a professionally run Government. Which runs on the principles of 5T. It’s a Government sensitive to people’s aspirations and needs, which has initiatives like Mo Sarkar to get citizen feedback.

ମୁଁ ଯାହା ବି କହିଲି … ସେ ସବୁ ଗୋଟେ ପଟରେ….. କିନ୍ତୁ, ତାକୁ ଲୋକଙ୍କ ପାଖକୁ ପହଞ୍ଚାଇବା…. ଲୋକଙ୍କ ହୃଦୟକୁ ଛୁଇଁବାର ଦାୟିତ୍ବ ନେଇଛନ୍ତି ବିଜେଡିର କର୍ମୀମାନେ । ଆର ବିଜୁ ପରିବାରର – ବିଜେଡିର ଲକ୍ଷ ଲକ୍ଷ କର୍ମୀ – You are the soul of BJD.
ଆପଣମାନେ ଶକ୍ତି ଦେଉଛନ୍ତି ବିଜେଡିକୁ। ଆପଣମାନେ field levelରେ oppositionର ମୁକାବିଲା କରୁଛନ୍ତି ଓ ଆମ ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି।

ସେଥିପାଇଁ ଏହି ଦଳ ଲୋକଙ୍କର ବିଶ୍ବାସର ପାତ୍ର ହୋଇଛି। ବିଜେଡି କେବେ ବି ଜଣେ ଦୁଇ ଜଣଙ୍କ ଉପରେ ନିର୍ଭର କରି ନାହିଁ ଏବଂ ଭବିଷ୍ୟତରେ ବି କରିବ ନାହିଁ ।

ଏହା ଏକ ସାମାଜିକ ଆନ୍ଦୋଳନ । ଓଡିଶାବାସୀଙ୍କ ଆଶା, ବିଶ୍ବାସ ଓ ସ୍ବାଭିମାନକୁ ଆଗେଇ ନେବାର ଗୋଟେ ଆନ୍ଦୋଳନ।

ଏହି ଆନ୍ଦୋଳନରେ ପ୍ରତ୍ୟେକ ଘରର participation ରହିବା କଥା।

ଆମ ସ୍ବପ୍ନର ଓଡିଶା ଗଠନ କରିବାରେ ସହାୟକ ହୁଅନ୍ତୁ ।

ଆଉ ୧୨ ବର୍ଷ ପରେ ଓଡିଶା ଗଠନର ୧୦୦ ବର୍ଷ ପାଳନ କରାଯିବ।

୨୦ ବର୍ଷ ଆଗରୁ ଓଡିଶା କୋଉଠି ଥିଲା, ଆଜି କୋଉଠି ଅଛି। ମୁଁ ସେ କଥା କହିବା ଦରକାର ନାହିଁ । ଆପଣମାନେ … ସାରା ବିଶ୍ବ …. ତାହା ଜାଣିଛି ଓ ଦେଖୁଛି ।

ମୁଁ ଆହ୍ଵାନ କରୁଛି ,ଅନୁରୋଧ କରୁଛି, ଓଡିଶାର ଉନ୍ନତିରେ ଯାହାର ବିଶ୍ବାସ ଅଛି, ଓଡିଶା ମା ର ସେବା କରିବାକୁ ଚାହୁଁଛନ୍ତି .ସେମାନେ ସମସ୍ତେ ଆସନ୍ତୁ, ବହୁ ସଂଖ୍ୟାରେ ଆସନ୍ତୁ, ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ।
ସେ professional ହୁଅନ୍ତୁ…social worker ହୁଅନ୍ତୁ….. artiste ହୁଅନ୍ତୁ…. sports persons, ଚାଷୀ …ସେ ଯିଏ ବି ହୁଅନ୍ତୁ, ଯେ କୌଣସି field ରେ ଥାନ୍ତୁ.. ଆସନ୍ତୁ, ବିଶେଷ କରି ଯୁବ ପିଢି ,ଯେଉଁମାନେ ନୂଆ ଓଡ଼ିଶାର ସ୍ଵପ୍ନ ଦେଖୁଛନ୍ତି, ସେମାନେ, ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ । ଏ ଦଳ ବିଜୁ ଜନତା ଦଳ ଓଡିଶା ର ଦଳ

କାରଣ national partyର agendaରେ national politics ହିଁ ରହିବ। ସେମାନଙ୍କ agendaରେ ଓଡିଶା କେବେ ବି ଫୋକସରେ ରହିବ ନାହିଁ। କେବଳ ଗୋଟିଏ regional party … ବିଜୁ ଜନତା ଦଳ ହିଁ ଓଡିଶାର ଉନ୍ନତି କରିପାରିବ।

ମୋର ବିନମ୍ର ଅନୁରୋଧ ,ମା ମାନେ ଆଗେଇ ଆସନ୍ତୁ .
ଦାୟିତ୍ଵ ନିଅନ୍ତୁ.

ମା ମାନଙ୍କ ଆଶୀର୍ବାଦ ରହିଲେ ପଚିଶ ବର୍ଷ କଣ, ପଚାଶ ବର୍ଷ କଣ , ବିଜୁ ଜନତା ଦଳ ଶହେବର୍ଷ ବି ସେବା କରି ଚାଲିବ .ଶଙ୍ଖ ଚିହ୍ନ ସବୁବେଳେ ଓଡ଼ିଆ ସ୍ୱାଭିମାନ ର ଜୟ ନାଦ କରିଚାଲି ଥିବ .

ବନ୍ଦେ ଉତ୍କଳ ଜନନୀ

Khansweb Solution Bhubaneswar

Leave A Reply

Your email address will not be published.