banner
Breaking

୨୦୩ ସହକାରୀ ପ୍ରଫେସର ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ମେଡିକାଲ ଏଜୁକେଶନ ସର୍ଭିସରେ ଶୁକ୍ରବାର ୨୦୩ଜଣ ସହକାରୀ ପ୍ରଫେସର ନିଯୁକ୍ତି ପାଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ନବନିଯୁକ୍ତ ଏହି ସହକାରୀ ପ୍ରଫେସରଙ୍କୁ ଦିଗ୍‌ଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନୂତନ ସହକାରୀ ପ୍ରଫେସରଙ୍କୁ ଶୁଭେଚ୍ଛା ଜଣାଇବା ସହ ୫-ଟି ମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ସବୁବେଳେ ପ୍ରାଥମିକତା ଦେଇଆସୁଛନ୍ତି। ପ୍ରତି ଜୀବନ ମୂଲ୍ୟବାନ୍‌। ସେଥିପାଇଁ ରାଜ୍ୟ ସରକାର ସବୁବେଳେ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଉପରେ ବିଶ୍ବାସ ରଖନ୍ତି। ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍‌ଓ୍ବାର୍କ, ଟାଇମ ଓ ଟ୍ରାନ୍ସଫରମେଶନ କ୍ୟାରିୟରରେ ସବୁଠାରୁ ଅଧିକ ମହତ୍ତ୍ବ ରଖେ ବୋଲି କହିଛନ୍ତି। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଗତ ୩ ବର୍ଷ ମଧ୍ୟରେ ସ୍ବାସ୍ଥ୍ୟ ବଜେଟ ଦୁଇଗୁଣା କରାଯାଇଛି। ରାଜ୍ୟ ବଜେଟର ୬ ପ୍ରତିଶତରୁ ଅଧିକ ସ୍ବାସ୍ଥ୍ୟକ୍ଷେତ୍ରରେ ବ୍ୟୟ କରାଯାଉଛି। ନବନିଯୁକ୍ତ ସହକାରୀ ପ୍ରଫେସରମାନଙ୍କୁ ଦିଗ୍‌ଦର୍ଶନ ଦେବା ସହ ସେମାନଙ୍କ ନୈତିକତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସଚେତନ କରାଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.