banner
Breaking

ପ୍ରଥମ ହକି ବିଶ୍ବକପ୍ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ): ଆସନ୍ତା ବର୍ଷ ଜାନୁୟାରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ବିଶ୍ୱକପ୍‌। ଏଥିଲାଗି ଦର୍ଶକ ଭାବେ ପ୍ରଥମ ଟିକେଟ୍‌ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲୀପ ତିର୍କି ବୁଧବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେଇଛନ୍ତି। ଟିକେଟ୍‌କୁ ପାଇ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି। ଏଥିସହ ସାରା ବିଶ୍ୱ ହକି ବିଶ୍ୱକପ୍‌ ଦେଖିବା ଲାଗି ଅପେକ୍ଷା କରି ରହିଛି ବୋଲି କହିଛନ୍ତି। ତେବେ ହକି ବିଶ୍ୱକପ୍‌ ୧୩ରେ ଆରମ୍ଭ ହୋଇ ଜାନୁୟାରୀ ୨୯ରେ ଶେଷ ହେବ। ପ୍ରଥମ ଦିନ ଇଂଲଣ୍ଡ ଏବଂ ଓ୍ବେଲ୍ସ, ଇଣ୍ଡିଆ ଏବଂ ସ୍ପେନ୍‌ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ।

Khansweb Solution Bhubaneswar

Leave A Reply

Your email address will not be published.