banner
Breaking

ଅମ୍ଫନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହିତ ତୁରନ୍ତ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

0

ଭୁବନେଶ୍ବର,୨୧/୫(ଓଡ଼ିଆ ନ୍ୟୁଜ): ସାମୁଦ୍ରିକ ଝଡ଼ ଅମ୍ପନ ପ୍ରଭାବରେ ରାଜ୍ୟର ୪ଟି ଜିଲା ବିଶେଷ ପ୍ରଭାବିତ ହୋଇଛି । ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଆକାଶମାର୍ଗରୁ ପ୍ରଭାବିତ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ।


ପ୍ରଭାବିତ ଅଞ୍ଚଳରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ପୁନରୁଦ୍ଧାର ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି ।ବିିଭିନ୍ନ ଅଞ୍ଚଳରେ ବାତ୍ୟା ଯୋଗୁ ଫସଲ କ୍ଷତିକୁ ଅତି ଗୁରୁତ୍ବର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୩ ଦିନ ମଧ୍ୟରେ ଫସଲ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ସେ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ସେହିପରି ପ୍ରଭାବିତ ଜିଲାଗୁଡ଼ିକରେ ଭିତ୍ତିଭୂମି କ୍ଷତିର ଆକଳନ କରିବା ଏବଂ ଏହାକୁ ତୁରନ୍ତ ମରାମତି କରି ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।


ରାସ୍ତାରୁ ଉପୁଡ଼ି ପଡ଼ିଥିବା ଗଛ ସଫା କରିବା ସହ ଆସନ୍ତାକାଲି ସୁଦ୍ଧା ଗମନାଗମନ ସ୍ବାଭାବିକ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସେସୁ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓ ନେସ୍କୋ ଅଞ୍ଚଳରେ ୭୨ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସେବାକୁ ସ୍ବାଭାବିକ କରିବାକୁ ଶକ୍ତି ବିଭାଗ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ସେହିପରି ଘର ଭଙ୍ଗା ରିପୋର୍ଟ ୧ ସପ୍ତାହ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ କିଛି ବରିଷ୍ଠ ଅଧିକାରୀ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଅମ୍ପନ ପ୍ରଭାବରେ ଓଡ଼ିଶାର ୮୯ଟି ବ୍ଳକର ୪୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.