banner
Breaking

ମାନବ୍ୟର ମୁଖ୍ୟମନ୍ତ୍ରୀ ନବୀନ ପନାୟକଙ୍କ ଦ୍ୱାରା ଉତ୍କଳ ହସ୍ପିଟାଲ୍ କମ୍ପ୍ରେନ୍‌ସିଭ୍ କ୍ୟାନ୍‌ସର୍ ସେଂଟର ଉଦଘାଟିତ

ବିଏସ କେଓ୍ବାଇ କାର୍ଡଧାରୀଙ୍କ ପାଇଁ ରହିଛି ଅପୂର୍ବ ସୁବିଧା

0

ଭୁବନେଶ୍ୱର,୫/୪(ବ୍ୟୁରୋ): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପନାୟକ ଆଜି ଉତ୍କଳ ହସ୍ପିଟାଲ୍ କମ୍ପ୍ରେନ୍‌ସିଭ୍ କ୍ୟାନସର ସେଂଟରକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଉତ୍କଳ ହସ୍ପିଟାଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ଏ କେସାମଲ, ପରିଚାଳନା ନିର୍ଦେଶକ, ଶ୍ରୀଯୁକ୍ତ ପ୍ରଜ୍ଞାନ ଘଡ଼େଇ ଓ ସିଓଓ, ଡକ୍ଟର ଆଲୋକ ଲୋଧ, ଡ଼ାଇରେକ୍ଟର ମେଡ଼ିକାଲ ସର୍ଭିସେସ୍‌, ଏବଂ ଡ଼ାଇରେକ୍ଟର ଅନକୋଲୋଜି, ଡ଼ା ରଂଜନ କୁମାର ମହାପାତ୍ରଙ୍କ ସହିତ ହସ୍ପିଟାଲର ବୋର୍ଡ଼ ଅଫ ଡ଼ାଇରେକ୍ଟରମାନେ ଉପସ୍ଥିତ ଥିଲେ । ହସ୍ପିଟାଲ୍‌ର ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନ୍‌ସର୍ ଡକ୍ଟର ରଂଜନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ପରିଚାଳିତ ହେବ ଓ ସେ ମେଡିକାଲ୍ ସେବାର ନିର୍ଦେଶକ ଓ କ୍ୟାନ୍‌ସର ୟୁନିଟ୍‌ର ଏଚ୍‌ଓଡିଭାବେ କାମ କରିବେ ।

ଏହି ଅବସରରେ ଉତ୍କଳ ହସ୍ପିଟାଲ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଦିତ୍ୟ କେସାମଲ କହିଛନ୍ତିଯେ, ଉତ୍କଳ ହସ୍ପିଟାଲ୍ ପାଇଁ ଆଜି ହେଉଛି ଏକ ସ୍ୱତନ୍ତ୍ର ଦିନ । ଆମେ ବହୁତ ଖୁସି ଅଛୁ ଏବଂ ଏହା ହେଉଛି ବାସ୍ତବରେ ଡାକ୍ତର ମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏକ ହସ୍ପିଟାଲ୍ ଯେଉଁମାନେ ଏହାକୁ ବ୍ୟକ୍ତିଗତ ସ୍ପର୍ଶ ଦେଇ ଗଢ଼ିତୋଳିଛନ୍ତି । ଏହା ହେଉଛି ଦେଶର ପ୍ରଥମ ହସ୍ପିଟାଲ୍ ଯାହା ରାଜ୍ୟର ବିଏସ୍‌କେୱାଇ ଯୋଜନାକୁ ଏମ୍‌ପ୍ୟାନେଲ୍ କରିଥିଲା ଓ ଏକ ସ୍ୱତନ୍ତ୍ର ମହଲା ସେଥିପାଇଁ ଉତ୍ସର୍ଗ କରିଛି ଯେଉଁଥିରେ ରୋଗୀମାନଙ୍କ ରହଣୀ ପାଇଁ ମଧ୍ୟ ସୁବିଧା ରହିଛି ।

ଉଦଘାଟନୀ ଅବସରରେ ମତ ଉପସ୍ଥାପନକରି ଉତ୍କଳ ହସ୍ପିଟାଲ୍‌ର ଏମ୍‌ଡି ଶ୍ରୀଯୁକ୍ତ ପ୍ରଜ୍ଞାନ ଘଡ଼େଇ କହିଛନ୍ତି ଯେ, ଓଡ଼ିଶାବାସୀଙ୍କୁ ଗୁଣାତ୍ମକ ଚିକିତ୍ସା ସୁବିଧା ପ୍ରଦାନ କରିବାଲାଗି ଆମେ ଏକ ଆମେରିକା ଷ୍ଟାଇଲର ହସ୍ପିଟାଲ୍ ୍‌ନିର୍ମାଣ କରିବାକୁ ଯୋଜନା ରଖିଥିଲୁ । ୨୦୧୦ରେ ଓଡ଼ିଶା ସରକାର ଆମକୁ ଜମି ଦେଇଥିଲେ । ସେଥିରେ ଆମେ ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍ ସ୍ଥାପନ କରିଛୁ ଯାହାର ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଯାଇଛି । ଏହି ହସ୍ପିଟାଲ୍‌ରେ ସମୃଦ୍ଧ ଓ ଉନ୍ନତ ମାନର ମେସିନ ଓ ଉପକରଣ ରହିଛି । ଉତ୍କଳ ହସ୍ପିଟାଲ୍ ହେଉଛି ବିଏସ୍‌କେୱାଇ ଅଧୀନରେ ସେବା ପ୍ରଦାନ କରୁଥିବା ସର୍ବବୃହତ ହସ୍ପିଟାଲ୍ ଏବଂ ସରକାରୀ କଲ୍ୟାଣମୂଳକ ସ୍କିମ୍‌ର ଲାଭକୁ ଏଠାରେ ବ୍ୟାପକଭାବେ ପ୍ରଦାନ କରାଯାଉଛି । ଓଡ଼ିଶାର ସାଧାରଣ ଲୋକମାନେ ଏବେ ଓଡ଼ିଶାରେ ଉନ୍ନତ ପ୍ରଯୁକ୍ତିବିଶିଷ୍ଟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା ପାଇପାରିବେ ଯାହା ପୂର୍ବରୁ ସେମାନଙ୍କ ପାଇଁ ରାଜ୍ୟ ଭିତରେ ଅପହଂଚ ରହିଥିଲା।

ଉତ୍କଳ ହସ୍ପିଟାଲ୍ ଭୁବନେଶ୍ୱର ହେଉଛି ଅନ୍ୟତମ ଅଗ୍ରଣୀ ମଲ୍‌ଟି ସ୍ପେସିଆଲିଟି ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ଯାହା ପ୍ରଥମେ ଭୁବନେଶ୍ୱରକୁ ପିଇଟିସିଟି ସେବା ଆଣିଥିଲା । ଏହା ପୂର୍ବ ଭାରତର ସବୁଠୁ ବ୍ୟାପକ କ୍ୟାନସର କେୟାର ସେଂଟରରେ ପରିଣତ ହୋଇଛି ଯେଉଁଥିରେ ଏଲଆଇଏନଏସିରେଡିଏସନ ୍‌ୟୁନିଟ୍ ରହିଛି । ଏଠାରେ ୭୦୦ କର୍ମଚାରୀ ଓ ୧୦୦ ଡାକ୍ତରଙ୍କ ଏକ ଟିମ୍ ରହିଛି ।
ଏହି ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ରେ ଅଙ୍କୋଲୋଜି, ଅର୍ଥୋପେଡିକ୍‌, କାର୍ଡିଓଲୋଜି, ସ୍ତ୍ରୀ ଓ ପ୍ରସୂତିବିଭାଗ, ଇଟଂରନାଲ୍ ମେଡିସିନ୍‌, ସର୍ଜରି ପାଇଁ ଶ୍ରେଷ୍ଠ ଡାକ୍ତରଙ୍କ ଟିମ୍ ରହିଛନ୍ତି । ହାଇଏ୍‌ଭାସ୍କୁଲାର ସର୍ଜନ ଓ ଇଟଂରଭେନ୍‌ସନାଲ ରେଡିଓଲୋଜି ପାଇଁ ମଧ୍ୟ ସୁବିଧା ରହିଛି । ହସ୍ପିଟାଲ୍‌ରେ ଷ୍ଟେଟ୍ ଅଫ୍ ଆର୍ଟ ଲାମିନାରଓଟି ରହିଛି । ଆଗାମୀ ଦିନରେ ଏହାକୁ ୪୫୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ୍‌ଭାବେ ଗଢ଼ିତୋଳିବାର ଯୋଜନା ରହିଛି ।
ଏହି ହସ୍ପିଟାଲ୍‌କୁ ଆକାର ପ୍ରଦାନ କରିବାରେ ଓଡ଼ିଶାର ପୁତ୍ର ତଥା ବିଶିଷ୍ଟ କାର୍ଡିଓଲୋଜିଷ୍ଟ ଡକ୍ଟର ଆଦିତ୍ୟ କେସାମଲଙ୍କ ଗୁରୁତ୍ୱର୍ପୂ ଯୋଗଦାନ ରହିଛି । ସେ ଡାକ୍ତର ମାନଙ୍କୁ ଏକତ୍ରୀତ କରିଥିଲେ ଏବଂ ଏହି ହସ୍ପିଟାଲ୍‌କୁ ବିକାଶ କରିବାରେ ନିବେଶ କରିବାଲାଗି ସେମାନଙ୍କୁ ଉତ୍ସାହିତ କରିଥିଲେ । ହସ୍ପିଟାଲ୍‌ର ଅଙ୍କୋଲୋଜି ବିଭାଗ ବିକାଶ କରିବାରେ ବିଶିଷ୍ଟ ମେଡିକାଲ୍ ଅଙ୍କୋଲୋଜିଷ୍ଟ୍ ଡକ୍ଟର ବି କେ ଦାସଙ୍କ ଗୁରୁତ୍ୱର୍ପୂ ଯୋଗଦାନ ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.