banner
Breaking

ୟୁକ୍ରେନରେ ଫସିଥିବା ଓଡିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

0

ଭୁବନେଶ୍ୱର,୨୫।୨(ବ୍ୟୁରୋ): ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଦୁଇ ଦିନ ଧରି ଯୁଦ୍ଧ ଜାରି ରହିଛି । ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନ୍‌ ଯୁଦ୍ଧ ନେଇ ଘୋଷଣା କରିବା ପରେ ୟୁକ୍ରେନ୍‌ ଉପରେ ରୁଷିଆ ଜୋରଦାର ଆକ୍ରମଣ କରିଛି। ୟୁକ୍ରେନ୍‌କୁ ତିନିପଟୁ ଘେରି ଆକ୍ରମଣ ଚଲାଇଛି। ତେବେ ସେଠାରେ ୧୬ ହଜାର ଭାରତୀୟ ନାଗରିକ ଫସି ରହିଛନ୍ତି। ଏହା ସହ ବହୁ ଓଡ଼ିଆ ଛାତ୍ରୀଛାତ୍ର ଓ ଶ୍ରମିକ ମଧ୍ୟ ରହିଛନ୍ତି ।
ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆ ଛାତ୍ରୀଛାତ୍ର ଓ ନାଗରିକଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସେମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ୟୁକ୍ରେନର୍‌ ଛାତ୍ରୀଛାତ୍ର ଓ ଶ୍ରମିକମାନଙ୍କ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା ଏବଂ ଏହି ସଙ୍କଟ ସମୟରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ପ୍ରଭାବଶାଳୀ ସମନ୍ବୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କଥା ହୋଇଥିଲେ। ଛାତ୍ରୀଛାତ୍ର ଓ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.