banner
Breaking

ଆସ ପଢିବା, ଲଢିବା,ବଢିବା, ଶ୍ରେଷ୍ଠ ହେବା- ମୁଖ୍ୟମନ୍ତ୍ରୀ

ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ

0

ଭୁବନେଶ୍ୱର,୨୩।୪(ଓଡ଼ିଆ ନ୍ୟୁଜ): ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା ମୁକାବିଲା କମିଟି ମୁଖ୍ୟ ସୁବ୍ରତୋ ବାଗ୍‌ଚୀ କହିଛନ୍ତି
ଓଡ଼ିଶାରେ ୬୮ହଜାର ୭୧୭ଟି ସ୍କୁଲ ରହିଛି। ସେଥିରେ ୩୬ ଲକ୍ଷ ୫ ହଜାର ୫୩୯ଜଣ ଛାତ୍ରୀଛାତ୍ର ପ୍ରାଥମିକ ବିଦ୍ୟାଳୟ ଏବଂ ୨୧ଲକ୍ଷ ୨୭ହଜାର ୪୩ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ବିଶେଷକରି ୯ମ ଏବଂ ଦଶମରେ ୧ଲକ୍ଷ ୨୯ ହଜାର ୩୦୭ ଜଣ , ଯୁକ୍ତ ୨ରେ ୧୦ଲକ୍ଷ ୭୬ହଜାର ୭୪୨ଜଣ ପାଠ ପଢ଼ୁଛନ୍ତି। ମୋଟ ୮୧ଲକ୍ଷ ୨ହଜାର ୩୩୧ଜଣ ପିଲା ସ୍କୁଲକୁ ଯାଉଛନ୍ତି। କରେନା ମୁକାବିଲା ସମୟରେ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବାର୍ତ୍ତା ଦେଇଛନ୍ତି। ଆଜିର ସମୟ ଆହ୍ବାନର ସମୟ। କରୋନାକୁ ନ ଡ଼ରି ମିଳିମିଶି ଲଢ଼ିବା। ସାଙ୍ଗସାଥୀଙ୍କ ସହ ଏବେ ଆମେ ଖେଳାଖେଳି କରିବା ନାହିଁ। ସମସ୍ତେ ସାବଧାନ ରହିବା। ଯେକୌଣସି ଖେଳରେ ସାଙ୍ଗମାନଙ୍କ ପାଖକୁ ଯିବାର ଭୟ ଥାଏ। କରୋନା ଭୂତାଣୁ କାଶ, ଛେପ ଆଦିରୁ ବ୍ୟାପିଥାଏ। ଏଣୁ ପିଲାମାନଙ୍କୁ କରୋନା ଯିବା ପର୍ଯ୍ୟନ୍ତ ଦୂରରେ ରହିବା ଆବଶ୍ୟକ। ବାପାମା’ ତଥା ଗୁରୁଜନମାନେ ତୁମମାନଙ୍କ କଥା ନିଶ୍ଚୟ ଶୁଣିବେ। ସେମାନଙ୍କୁ ତୁମେ ହାତ ଧୋଇବାକୁ କହିଵା। ମୁହଁରେ ବାରମ୍ବାର ହାତ ନ ଲଗାଇବାକୁ ଏବଂ ଘରେ ରହିବାକୁ କହିବା ଆବଶ୍ୟକତା ରହିଛି। ଏପରିକି ବାହାରକୁ ଯିବାକୁ ହେଲେ ମାସ୍କ ପିନ୍ଧିବାକୁ କହିବା ଆରମ୍ଭ କର। ଏହାଛଡ଼ା ଏହି ଦିନଗୁଡ଼ିକ ବହୁତ ମୂଲ୍ୟବାନ। ଏହି ଲକ୍‌ଡାଉନ୍‌ ସମୟରେ ବର୍ଷର ସ୍କୁଲ ବହିତକ ଆଉଥରେ ଥରେ ପଢ଼ିଦିଅ। ମନକୁ ଖୁସି ରଖ। ଗପ ବହି ପଢ଼, ଚିତ୍ର ଆଙ୍କ। ଘରକାମରେ ମା’ବାପାଙ୍କୁ ସାହାଯ୍ୟ କର। ଭାଇ ଭଉଣୀଙ୍କ ସହ କଳି ଝଗଡ଼ା କର ନାହିଁ। ସବୁ ସପ୍ତାହରେ ନୂଆ କଥାଟିଏ ଶିଖ। ଲକ୍‌ଡାଉନ୍‌ ଦାଉ କେତେ ସପ୍ତାହ ଚାଲିବ ତାହା ଜଣାନାହିଁ। ହେଲେ କରୋନା ହାତରୁ ତୁମ ସପ୍ତାହ ଛଡ଼ାଇ ଆଣ ।ଆସ ପଢିବା, ଲଢିବା,ବଢିବା, ଶ୍ରେଷ୍ଠ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


ବାଗଚୀ ଅପଡେଟ ଦେଇ କହିଛନ୍ତି। ଆଜି ସୁଦ୍ଧା ବିଶ୍ୱରେ ୨୧୦ ଦେଶ, ୨ଜାହାଜ କରୋନା କବଳିତ। ବୁଧବାର ସମଗ୍ର ବିଶ୍ୱରେ ୨୫ ଲକ୍ଷ ୭୨ହଜାର ୬୦୩ଜଣ ବ୍ୟକ୍ତି ସଂକ୍ରମିତ ଥିବା ବେଳେ ଗୁରୁବାର ଏହା ୨୬ ଲକ୍ଷ ୪୮ହଜାର ୩୬୦ରେ ପହଞ୍ଚିଛି। ସେହିଭଳି ୧ ଲକ୍ଷ ୭୮ହଜାର ୫୪୮ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ଅଧିକ ୬ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଭାରତରେ ବୁଧବାର ମଧ୍ୟରାତ୍ର ସୁଦ୍ଧା ୫ଲକ୍ଷ ୫୪୨ଟି ନମୂନା ପରୀକ୍ଷଣ ହୋଇଥିଲା। ସେଥିରୁ ୨୧ହଜାର ୩୯୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୪୨୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୮୧ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ୧୬ ହଜାର ୪୫୪ଟି ଆକ୍ଟିଭ୍‌ କେସ୍‌ ରହିଛି। ଅପରପକ୍ଷେ ଓଡ଼ିଶାରେ ବୁଧବାର ମଧ୍ୟରାତ୍ର ସୁଦ୍ଧା ୧୫ ହଜାର ୯୮୪ଟି ନମୂନା ପରୀକ୍ଷାର ରିପୋର୍ଟ ମିଳିଛି। ସେଥିରୁ ୮୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୫୩ରହିଛି। ସେହିଭଳି ଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ସଂକ୍ରମିତ ଜିଲା ତାଲିକାରେ ଖୋର୍ଦ୍ଧା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.