banner
Breaking

ପିଲାଙ୍କ ସହ ପାଠ ପଢିଲେ ମୁଖ୍ୟମନ୍ତ୍ରୀ

0

ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲା ଗସ୍ତ କରିଛନ୍ତି। ଏହି ଅବସରରେ ହିଞ୍ଜିଳିକାଟୁସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । ପରେ ନିଜ ନିିର୍ବାଚନ କ୍ଷେତ୍ରରେ ସ୍ମାର୍ଟ ସ୍କୁଲ ରୂପାନ୍ତରଣର ଅନୁଧ୍ୟାନ କରିଥିଲେ । ମୁଖ୍ୟମନ୍ତ୍ରୀ ସ୍ମାର୍ଟ କ୍ଲାସରେ ପିଲାମାନଙ୍କ ଗହଣରେ ବସିବା ସହିତ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏକ ଫଟୋଚିତ୍ର ଉପହାର ଦେଉଥିବା ଦେଖିବାକୁ ମିଳିଥିଲା । ସ୍କୁଲରେ ପ୍ରତିଷ୍ଠା ହୋଇଥିବା ଅତ୍ୟାଧୁନିକ ଲାବୋରେଟୋରୀ ଓ ଲାଇବ୍ରେରୀକୁ ବୁଲି ଦେଖିଥିଲେ। ସ୍କୁଲ ଭିଜିଟର୍ସ ବୁକ୍‌ରେ ନିଜର ବାର୍ତ୍ତା ମଧ୍ୟ ଦେଇଛନ୍ତି । ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସ୍ବାସ୍ଥ୍ୟ ସେବା ସହ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇ ସରକାରୀ ସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.