banner
Breaking

କୃଷି ଆଇନ ପ୍ରତ୍ୟାହାର ସ୍ବାଗତଯୋଗ୍ୟ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ୩ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଛନ୍ତି । ସେ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ ସ୍ବାଗତ୍ୟନ୍‌ଯୋଗ୍ୟ । ବିଜେଡି ସର୍ବଦା କୃଷକଙ୍କ ହିତରେ ରହିଛି ଓ ରହିଥିବ। ପୂର୍ବରୁ ବିଜେଡି ସରକାର କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କୃଷକଙ୍କ ସ୍ବାର୍ଥ ପାଇଁ ବିଜେଡି ଲଢ଼େଇରେ ସେମାନଙ୍କୁ ସହଯୋଗ କରିବ । ତେବେ ଶୁକ୍ରବାର କୃଷି ଆଇ ପ୍ରତ୍ୟାହର ହେବା ପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ଶୁକ୍ରବାର ଗୁରୁ ନାନକ ଜୟନ୍ତୀ ଏବଂ ଦେବ ଦୀପାବଳି ଉପଲକ୍ଷେ ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ୩ ନୂଆ କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.