banner
Breaking

ନବୀନଙ୍କ ବଡ ପଦକ୍ଷେପ, ବିଦାହେଲେ ୮ ଅଧିକାରୀ

0

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବିଶେଷକରି ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେମାନଙ୍କ ମଧ୍ୟରେ ନିମାପଡ଼ାର ପୂର୍ବତନ ତହସିଲଦାର ରାମଚନ୍ଦ୍ର ଜେନା ସାମିଲ ଅଛନ୍ତି । ନିକଟରେ ରାମଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା। ବିପୁଳ ସମ୍ପତ୍ତି ଠାବ ସହ ରାମ ଓ ତାଙ୍କ ଭାଇ ଲକ୍ଷ୍ମଣଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କ ବ୍ୟତିତ ଜଗତସିଂହପୁରର ପୂର୍ବତନ ଡେପୁଟୀ କଲେକ୍ଟର ଗୌରାଙ୍ଗ ମହାନ୍ତି, ବରଗଡ଼ ଅମ୍ବାଭୋନାର ବିଡିଓ ଆଲଫୋନ୍ସ ବିଲୁଙ୍ଗ,କେନ୍ଦୁଝର ବୈତରଣୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁ, ଲାଞ୍ଜିଗଡ଼ ବ୍ଲକ ସିଡିପିଓ ମୀନା ପାତ୍ର, ଥୁଆମୂଳ ରାମପୁର ବ୍ଲକ ସିଡିପିଓ ପୁଷ୍ପାଞ୍ଜଳି ରଥ, ଦେବଗଡ଼ର ପୂର୍ବତନ ଅବକାରୀ ଉପଅଧୀକ୍ଷକ ଅଜିତ ମହାପାତ୍ର, ଭଦ୍ରକ ଜିଲା ତିହିଡ଼ି ବ୍ଲକ କ୍ୟାସିଅର ପ୍ରଭାକର ପ୍ରଧାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.