banner
Breaking

ପେଟ୍ରୋଲ, ଡିଜେଲ ଦର କମାଇଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଦୀପାବଳିରେ ରାଜ୍ୟ ସରକାରଙ୍କ ଭେଟି। କେନ୍ଦ୍ର ସରକାରଙ୍କ ପରେ ଏବେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିଛନ୍ତି। ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା, ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ଏବେ ରାଜ୍ୟ ସରକାର ପେଟ୍ରୋଲ-ଡିଜେଲ ଉପରୁ ୩ ଟଙ୍କା ଭାଟ୍‌ ହ୍ରାସ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଘୋଷଣା କରିଛନ୍ତି। ୫ ତାରିଖ ଅର୍ଥାତ ଶୁକ୍ରବାର ମଧ୍ୟରାତ୍ରରୁ ଏହା ଲାଗୁ ହେବ।

ସୂଚନାଯୋଗ୍ୟ, କିଛିଦିନ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ରେକର୍ଡସ୍ତରରେ ପହଞ୍ଚିଥିଲା। ଏହାକୁ ନେଇ ସାଧାରଣ ଲୋକ ହଇରାଣ ହରକତ ହେଉଥିଲେ। ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ଦର ୫ ଟଙ୍କା ଏବଂ ଡିଜେଲ ଦର ୧୦ ଟଙ୍କା ହ୍ରାସ କରିଥିଲେ। ଆଜିଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଅନେକ ରାଜ୍ୟ ଭାଟ୍‌ ହ୍ରାସ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.