banner
Breaking

କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀ

0

ସମ୍ବଲପୁର : ଆଜି ସମ୍ବଲପୁର କୁଚିଣ୍ଡାରେ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଜିଲାରେ ନୂଆ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବିତରଣ ଶୁଭାରମ୍ଭ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହାସହ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଦେଇ କହିଛନ୍ତି, ‘ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବ୍ୟବସ୍ଥାରେ ସାରା ଦେଶରେ ଆମେ ପ୍ରଥମ’। ସେପ୍ଟେମ୍ବର ୧ରୁ ଲାଗୁ ଏହି ବ୍ୟବସ୍ଥାରେ ୧୦ ଲକ୍ଷ ପରିବାର କାର୍ଡ ପାଇଲେଣି। ଏଯାବତ ୧୦ ହଜାର ଲୋକେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ସବୁିଧା ପାଇଲେଣି। ରାଜ୍ୟ ସରକାରଙ୍କୁ ଏବାବଦକୁ ୨୦ କୋଟି ଟଙ୍କା ବ୍ୟୟ କରିବାକୁ ପଡିଛି। ରାଜ୍ୟର ସାଢେ ୩ କୋଟି ଲୋକେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହେବେ। ଏହି କାର୍ଡ ଆଧାରରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳିପାରିବ।

Khansweb Solution Bhubaneswar

Leave A Reply

Your email address will not be published.