ଭୁବନେଶ୍ୱର,୧।୪(ଓଡ଼ିଆ ନ୍ୟୁଜ): ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଦିବସରେ ସମସ୍ତଙ୍କୁ ମୋର ଅଭିନନ୍ଦନ। ଆମେ ଓଡ଼ିଆମାନେ ଆମ ଏକତା, ବୀରତ୍ୱ ଓ ସ୍ବାଭିମାନୀପଣିଆ ପାଇଁ ପରିଚିତ। ହେଲେ ଏବେ ବୀରତ୍ୱ ନୁହେଁ ଆମ ଏକତା ଓ ସ୍ବାଭିମାନୀପଣିଆକୁ ଦୁନିଆକୁ ଦେଖାଇବାର ସମୟ। ଆସନ୍ତୁ ଦୃଢ଼ତାର ସହ କରୋନାକୁ ମୁକାବିଲା କରିବା ସହ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା। ବନ୍ଦେ ଉତ୍କଳ ଜନନୀ ବୋଲି ସେ କହିଛନ୍ତି।ପ୍ରକାଶ ଯେ, କୋଭିଡ-୧୯ ସଂକ୍ରମଣକୁ ରୋକିବା ଲାଗି କୌଣସି ସଭା ସମିତି, ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି। ଏହାକୁ ନେଇ ବୁଧବାର ପାଳନ ହେଉଥିବା ଉତ୍କଳ ଦିବସକୁ ବାତିଲ କରାଯିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ସମସ୍ତ ଜିଲାପାଳଙ୍କୁ ଚିଠି କରାଯାଇଥିଲା।

Breaking
ଓଡ଼ିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଫାଇନାଲରେ ମହିଳା କ୍ରିକେଟ ଦଳ, ଭାରତର ବଢିଲା ପଦକ ସଂଖ୍ୟାଭୁବନେଶ୍ୱରରେ ଏକ୍ସକ୍ଲୁସିଭ ମେନ୍ସୱେର ବ୍ରାଣ୍ଡ ସକ୍ସେସର ଭାରତର ସର୍ବବୃହତ ଆଉଟଲେଟ ଉଦ୍ଘାଟିତମୋବିଲ୍ ୧ଟିଏମ ରେଡ ବୁଲ କେଟିଏମ ଫ୍ୟାକ୍ଟୋରି ରେସିଂ ଟିମକୁ ସହଯୋଗ କରି ପ୍ରଥମ ମୋଟୋ ଜିପି ଟିଏମ ଭାରତର ଶୁଭାରମ୍ଭ କରିଛିଗ୍ୟାସ ସିଲିଣ୍ଡର ଉପରେ ୨୦୦ ରିହାତି