banner
Breaking

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା

0

ପୁରୀ : ଆଜି ପବିତ୍ର ଚିତାଲାଗି ଅମାବାସ୍ୟା ।ପୁରୀ ଶ୍ରୀମନ୍ଦିର ପାଇଁ ଏହା ଏକ ପ୍ରମୁଖ ଉତ୍ସବ । ଶ୍ରୀଜିଉମାନଙ୍କର ମସ୍ତକରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରା, ବଡ଼ଠାକୁର ବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ଚିତା ଲଗାଯିବାର ପରମ୍ପରା ରହିଛି । ପ୍ରଥମ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କୁ ଏହି ଚିତାଲାଗି କରାଯିବ ।ଶ୍ରୀ ଜଗନ୍ନାଥଙ୍କ ସହ ଓଡ଼ିଆଙ୍କ ଚଳଣି ଅଙ୍ଗାଙ୍ଗୀ ଭାବେ ଜଡିତ ଥିବାରୁ ଏହି ପର୍ବଟିକୁ କୃଷି ସହ ମଧ୍ୟ ଯୋଡ଼ି ଦିଆଯାଇଛି। ମହାପ୍ରଭୁଙ୍କ ଚିତାର ଆକୃତି ଭଳି ଗୋଲାକାର ଚିତଉ ପିଠାକୁ କୃଷିକ୍ଷେତ୍ରରେ ପ୍ରସାଦ ଭାବେ ଲାଗି କରାଯାଇଥାଏ। ଚାଉଳ ଚୁନାରେ ପ୍ରସ୍ତୁତ ଏହି ପିଠାକୁ “ଗେଣ୍ଡୁଆଶୁଣି”(ଶାସ୍ତ୍ରରେ ଥିବା ନାମକରଣ)ଙ୍କୁ ସମର୍ପଣ କରାଯାଇଥାଏ। ଚିତଉ ଅମାବାସ୍ୟା ତଥା ଚିତାଲାଗି ଅମାବାସ୍ୟା ପାଇଁ ଶ୍ରୀମନ୍ଦିରରେ ଗୁପ୍ତନୀତି ସମ୍ପାଦିତ ହେବ ।ଘୋଷଯାତ୍ରା ସାରି ରତ୍ନସିଂହାସନକୁ ଶ୍ରୀଜିଉ ଫେରିଥିବାରୁ ପୁଣି ଥରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯିବାର ପରମ୍ପରା ରହିଛି ।ତେବେ ଚିତାଲାଗି ଗୁପ୍ତ ସେବା ହୋଇଥିବାରୁ ଆଜି ଅପରାହ୍ନ ୧ଟାରୁ ୫ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଦର୍ଶନ ବନ୍ଦ ରହିବ।

Khansweb Solution Bhubaneswar

Leave A Reply

Your email address will not be published.