banner
Breaking

ଚାଇନାରେ ମଧ୍ୟ ରହିଛି ମୋଦିଙ୍କ ଲୋକପ୍ରିୟତା

0

ବେଜିଂ,୧୯।୩: ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବଢୁଛି। ପଡୋଶୀ ଦେଶ ଚାଇନାରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବହୁତ ଲୋକପ୍ରିୟ। ଚାଇନାର ଖବରଦାତା ମୁ ଚୁନଶାନ୍‌ ‘ଦି ଡିପ୍ଲୋମାଟ୍‌’ ପତ୍ରିକାରେ ଏକ ଆର୍ଟିକିଲ ଲେଖିଛନ୍ତି। ଏହି ଆର୍ଟିକିଲରେ ମୁ ଚୁନଶାନ ଦାବି କରିଛନ୍ତି ଯେ, ଚାଇନା ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀ ବହୁତ ଲୋକପ୍ରିୟ। ମୁ ଚୁନଶାନ୍‌ ଚାଇନାର ସୋସିଆଲ ମିଡିଆକୁ ବିଶେଷ କରି ସିନା ଓ୍ବେବୋ (ଟ୍ବିଟର ପରି ଏକ ଚାଇନିଜ ପ୍ଲାଟଫର୍ମ) ବିଶ୍ଳେଷଣ ପାଇଁ ଜଣାଶୁଣା। ତାଙ୍କର ବିଶ୍ଳେଷଣକୁ ଭିତ୍ତି କରି ମୁ ଚୁନଶାନ୍‌ କହିଛନ୍ତି, ଅଧିକାଂଶ ଚାଇନା ୟୁଜର୍ସ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ବଡ଼ ଦେଶମାନଙ୍କ ମଧ୍ୟରେ ସନ୍ତୁଳନ ସୃଷ୍ଟି କରୁଛି।
ଆର୍ଟିକିଲ ଅନୁଯାୟୀ ଚାଇନାର ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ସ୍ବତନ୍ତ୍ର ନାମ ଦେଇଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ମୋଦି ଲାଓକ୍ସିଆନ’ ବୋଲି କହିଛନ୍ତି। ଏହାର ଅର୍ଥ ହେଉଛି ‘ମୋଦି ଅମର’। ଚାଇନାରେ ଲାଓକ୍ସିଆନ ଜଣେ ଅମର ବ୍ୟକ୍ତିଙ୍କୁ କୁହାଯାଏ, ଯାହାର ଚମତ୍କାର ଶକ୍ତି ଅଛି। ଚାଇନା ୟୁସର୍ଜମାନେ ବିଶ୍ୱାସ କରନ୍ତି ଯେ, ନରେନ୍ଦ୍ର ମୋଦି ଅନ୍ୟ ବିଶ୍ୱ ନେତାଙ୍କଠାରୁ ଭିନ୍ନ। ଏଥି ସହିତ ତାଙ୍କର ନୀତି ମଧ୍ୟ ପୂର୍ବ ଭାରତର ନେତାଙ୍କଠାରୁ ଭିନ୍ନ ବୋଲି ବିବେଚନା କରାଯାଏ।

Khansweb Solution Bhubaneswar

Leave A Reply

Your email address will not be published.